
ଭଦ୍ରକ – ଅଖିଳ ଭାରତୀୟ ଦୁଃଖୀ ସମାଜ ଆନୁକୂଲ୍ୟରୁ ପୁରୁଣାବଜାର ମାଚିସ ଫ୍ୟାକ୍ଟ୍ରି ଠାରେ ସଭାପତି ଇଂ ମନାୱର ହୋସେନଙ୍କ ସଭାପତିତ୍ୱରେ ଓ ସମ୍ପାଦକ ରେଜା-ଏ-ରସୁଲଙ୍କ ସଂଯୋଜନାରେ ଏକ ପ୍ରସ୍ତୁତି ବୈଠକ ଅନୁÂିତ ହୋଇ ଯାଇଛି । ଏହି ବୈଠକରେ ହାଜି ଅନୱର ହୋସେନ, ହାଜି କାଶିମ ଖାଁ, ହାଜି ମହମ୍ମଦ ଅତାୱାଲା, ହାଜୀ ହୁମାୟୁନ, ମୁଖତାର ଅହେମ୍ମଦ ଆଜାଦ, ଡାକ୍ତର କମାଲ ଖାଁ, ମହମ୍ମଦ ସଏଫ ଅଲ୍ଲୀ, ମହମ୍ମଦ ଜକାୱଲ୍ଲା, ଅବଦୁଲ ମଜୁଦ, ଈକବାଲ ଖାଁ,ହବିବୁଲ୍ଳା ଖାଁ, ଜମିଲ ଅଖତର ଖାଁ, ସେର ଅଲି ଖାଁ, ତବାରକ ଅଲି, ମତଲୁବ ଅଲି, ଅବୁ ହୋସେନ ଖାଁ, ସବ୍ବିର ଅଲି, ମିର୍ଜା ଏକ୍ରାମ, ମିର୍ଜା ଫରିଦ ବେଗ ଓ ମୋଜୋ ଖାଁ ପ୍ରମୁଖଙ୍କ ସହ ପ୍ରତ୍ୟେକ ଗ୍ରାମର ଦୁଃଖୀ ସମାଜର ସଦସ୍ୟମାନେ ଯୋଗଦାନ କରି ଚଳିତ ଜାନୁଆରୀ ୨୪ ତାରିଖ ଶୁକ୍ରବାର ଭଦ୍ରକର ସୁପ୍ରସିଦ୍ଧ ସିଦ୍ଧ ପୁରୁଷ ସୈୟଦ ୱସିମ୍ ଅଖ୍ତର୍ କାଦ୍ରୀ ଓରଫ ସାନ ସରକାର ବାବାଙ୍କ ଜନ୍ମଦିନ ଅବସରରେ ସକାଳ ୬ ରୁ ୮ ଘଟିକା ପର୍ଯ୍ୟନ୍ତ ଭଦ୍ରକର ସମସ୍ତ ଗାଁ ଓ ସହରର ରାସ୍ତା ଗୁଡିକ ସଫେଇ କରିବା ଓ ବାଇପାସ୍ରୋଡ଼ ସ୍ଥିତ ସରକାର ନଗର (ଖାନ୍କାହ) ପରିସର ବାହାରେ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ସହିତ ବାଲେଶ୍ୱର ସ୍ଥିତ ଦରଘା ମଇଦାନରେ ମଧ୍ୟ ରକ୍ତଦାନ ଶିବିର ଅନୁÂିତ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ବୈଠକକୁ ଶେଖ ହବିବୁଲ୍ଲା, ଜାୱେଦ ଅଖତର, ଶେଖ ଅବୁକଲାମ, ଶେଖ ଅନୱର, ମୁସ୍ତାକ ଗୌହ୍ୱର, ଶିକ୍ଷାବିତ୍ ମଇରାଜୁଦ୍ଧିନ, କମିର ଖାଁ, ଶେଖ ନିୟାମାତୁଲ୍ଲା, ଫରୟାଦ ଖାଁ, ମିର୍ଜା ଇଜାଜ ବେଗ ପ୍ରମୁଖ ପରିଚାଳନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO