ବରଗଡ଼– ଆଜି ଫାଇଟର୍ସ ଗୃପ ତରଫରୁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ କେନସର ପୀଡିତ ଓ ତାଙ୍କ ପରିବାର ପାଇଁ ମନୋବଳ ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଫାଇଟର୍ସ ଗୃପ ତରଫରୁ ପୂର୍ବରୁ ସୂଚନା ଦିଆଯାଇଛି । ମନୋବିଜ୍ଞାନି-ଅଙ୍କଲୋଜିଷ୍ଟ କେଶବ ଶର୍ମା, ରେଡିଏସନ ଅଙ୍କଲୋଜିଷ୍ଟ ଡାକ୍ତର ବିଶ୍ଵରଞ୍ଜନ ରାଉତ, ଡା. ଅମୃତ ମଜୁମଦାର, ଡା. ମଧୁମିତା ବିଶ୍ଵାଳ, ରାଜନନ୍ଦିନୀ ଘୋଷ ପ୍ରମୁଖ ବିଶିଷ୍ଟ ମନୋବିଜ୍ଞାନୀ ତଥା ଅଙ୍କଲୋଜିଷ୍ଟ ଯୋଗଦେଇ କେନସର ପୀଡିତ ଓ ତାଙ୍କ ପରିବାରର ମନୋବଳ ବୃଦ୍ଧି କରିବାର କାର୍ଯ୍ୟକ୍ରମ ରହିଛି ।
Related Stories
October 6, 2024
October 6, 2024