ଭୁବନେଶ୍ୱର– ବିଶ୍ୱ ହୃଦୟ ଦିବସ ଅବସରରେ କେୟାର ହସ୍ପିଟାଲ ପକ୍ଷରୁ ପଦଯାତ୍ରା ଆୟୋଜିତ ହୋଇଛି । ଏହି ପଦଯାତ୍ରାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଏମଏସଏମଏଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାମିଲ ହୋଇଛନ୍ତି । ଏହି ଅବସରରେ ସେ ସମସ୍ତଙ୍କୁ ବିଶ୍ଵ ହୃଦୟ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହି ଦିନ ଆମ ହୃଦୟ ଓ ତତ୍ ସମ୍ବନ୍ଧୀୟ ସ୍ୱାସ୍ଥ୍ୟର ଗୁରୁତ୍ଵ ବିଷୟରେ ସୂଚାଇଥାଏ ଓ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ଆମର ସାମୂହିକ ଦାୟିତ୍ୱକୁ ମନେ ପକାଇଥାଏ। ଏଣୁ ପ୍ରତ୍ୟେକ ଜୀବନକୁ ସୁସ୍ଥ ଓ ସମ୍ଭାବନାର ପରିପୂର୍ଣ୍ଣ କରି ଏକ ସୁନ୍ଦର ଓ ସୁସ୍ଥ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବା ବୋଲି ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।
Related Stories
October 6, 2024
October 6, 2024