ଭୁବନେଶ୍ୱର– ମନ କୀ ବାତରେ ସାନ୍ତାଳୀ ଭାଷାର ପ୍ରଚାର କରୁଥିବା ରାମଜୀତ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି ପିଏମ ମୋଦି । ମନ୍ କୀ ବାତର 114 ତମ ଅଧ୍ୟାୟରେ ଦେଶବାସୀଙ୍କୁ ମନର କଥା କହିଥିବା ବେଳେ ମୟୂରଭଞ୍ଜର ରାମଜୀତ ଟୁଡ଼ୁଙ୍କ ଅଭିନବ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ରାମଜୀତଙ୍କୁ କରିଛନ୍ତି ପ୍ରଶଂସା। ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳି ଭାଷାର ବ୍ୟବହାରର ବାଟ ଦେଖାଇଛନ୍ତି ଟୁଡୁ। `ଓଲିଚିକି’କୁ ଡିଜିଟାଲ ପ୍ଲାଟଫର୍ମରେ ଲେଖିବାର କୌଶଳ ବାହାର କରିଛନ୍ତି ରାମଜୀ ଟୁଡୁ । ଏହା ଏକ ନୂଆ ପ୍ରୟାସ । ବାଂଲାଦେଶ, ନେପାଲ ଭଳି ଦେଶରେ ସାନ୍ତାଳୀ ଭାଷା ପ୍ରଚଳିତ । ଟୁଡୁଙ୍କର ଏହି ଡିଜିଟାଲ ପ୍ଲାଟଫର୍ମରେ ଲେଖିବାର କୌଶଳ ପ୍ରଶଂସନୀୟ । ଏହା ଆହୁରି ଲୋକ ପ୍ରିୟ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏଥିସହ ମନ୍ କି ବାତ୍ ମାଧ୍ୟମରେ ସାମ୍ନାକୁ ଆସୁଛି ସାଧାରଣ ଲୋକଙ୍କ ବିଷୟ। ସାଧାରଣ ବ୍ୟକ୍ତିଟିର କିପରି ଅସାଧାରଣ ବ୍ୟକ୍ତିତ୍ଵ ତିଆରି ହେଉଛି ତାର ଉଦ୍ୟମକୁ ଲୋକଲୋଚନକୁ ମନ୍ କି ବାତ୍ ମାଧ୍ୟମରେ ଲୋକଲୋଚନକୁ ଆଣିଛନ୍ତି ପ୍ରଧାନମନ୍ତ୍ରୀ।
ସେହିପରି ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ମନ୍ କୀ ବାତ ଶୁଣିଛନ୍ତି । ଏଆଇସି ନାଳନ୍ଦାର ଇନୋଭେଟ ଓଡ଼ିଶା ୨.୦ ରେ ସାମିଲ ହେବା ସହ ଶୁଣିଛନ୍ତି ମନ୍ କି ବାତ୍’ର ୧୧୪ ତମ ସଂସ୍କରଣ।