ଭୁବନେଶ୍ୱର– କର୍ପୋରେସନ ମିଟିଂରେ କର୍ପୋରେଟର ଅନୁପସ୍ଥିତ ରହି ଅନ୍ୟତ୍ର ମେଳି କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ, ଅଲଗା ମେଳି କଥା ହେଉଛି ଭୁଲ୍। ତାଳ ପଡ଼ିବାକୁ କାଉ ରଡ଼ିବା ଭଳି କଥା ଏହା । କର୍ପୋରେସନ ମିଟିଂରେ ଯୋଗ ଦେବା ଆମ ଦାୟିତ୍ଵ। କାହାର କଣ କାମ ରହିଯାଇଥିବ ସେହି କାରଣରୁ ସେମାନେ ଆସିପାରିନାହାନ୍ତି। କର୍ପୋରେଟର ଭାଇଭଉଣୀ ଗେଟ୍ ଟୁ ଗେଦର୍ କରିବେ କି ଏକାଠି ବସିବାର ଯଦି ଅନ୍ୟ ଅର୍ଥ କାଢ଼ିବେ ତେବେ କଣ କରାଯିବ। ତାଳ ପଡ଼ିବାକୁ କୁଆ ରଡ଼ିବା ଏହି ନୀତିରେ ଏହି କଥା ସବୁ ଆଲୋଚନା ହେଉଛି। ମଧ୍ୟ ଏବଂ ଏକାମ୍ରର କିଛି କର୍ପୋରେଟର ମଧ୍ୟ ଆସିଥିଲେ । ବିଜୁ ଜନତା ଦଳ ଲୋକଙ୍କ ସେବା ପାଇଁ ତେଣୁ ଅନ୍ୟ କୌଣସି ବିଷୟ ଚିନ୍ତା କରି ଲୋକଙ୍କ ସେବା ଠାରୁ ଦୂରେଇବା କଥା କେବେବି ହେବନି ବୋଲି କହିଛନ୍ତି ସୁଲୋଚନା ଦାସ ।
Related Stories
October 10, 2024