
ଜଗତସିଂହପୁର- ଆଜି ଜଗତସିଂହପୁର ବଜାର ଦେଇ ବିଜେପି ପକ୍ଷରୁ ନାଗରିକ ସଂଶୋଧନ ବିଲ୍ (ସିଏଏ) ସପକ୍ଷରେ ଏକ ବିରାଟ ସଚେତନ ନାଗରିକ ରାଲି ଆୟୋଜିତ ହୋଇଯାଇଛି । ଏହି ରାଲିରେ ରାଜ୍ୟ ବିଜେପିର ନବ ନିର୍ବାଚିତ ସଭାପତି ସମୀର ମହାନ୍ତି ଯୋଗ ଦେବା ସହିତ ସୁକାନ୍ତ ବିଶ୍ଵାଳ, ମାନସ ମହାନ୍ତି, ବିଜୟ ଦାସ, ଜଗନ୍ନାଥ ଦାସ, ସତ୍ୟବ୍ରତ ମହାପାତ୍ର, କ୍ରୀଷ୍ଣା ମହାନ୍ତି, ରାମକୃଷ୍ଣ ପରିଜା, ବିଭୁ ତରାଇ ଓ ସମ୍ପଦ ସ୍ୱାଇଁ ପ୍ରମୁଖ ଯୋଗଦେଇ ସାଧାରଣ ଲୋକ ମାନଙ୍କ ପାଇଁ ସଚେତନତା ସୃଷ୍ଟି କରିବାର ବାର୍ତା ଦେଇଥିଲେ ।
ଏହି ରାଲି ପୂର୍ବାହ୍ନ ୧୧ ଟା ରେ ଗାନ୍ଧୀ ଛକରୁ ବାହାରି ବିଜୁ ପଟ୍ଟନାୟକ ଛକରେ ପହଞ୍ଚିବା ପରେ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।