
ଭୁବନ- ନୂଆଭୁବନ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧୀର କୁମାର ସାହୁଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ଗୁରୁ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଅର୍ଥନୀତିଜ୍ଞ ଡଃ. ରମଣ ଅଗ୍ରୱାଲା ମୁଖ୍ୟବକ୍ତା, ଦୂରଦର୍ଶନ ନିର୍ଦ୍ଦେଶକ ମହେଶ ହାଜରା, ଶିକ୍ଷାବିତ ଅରୁଣ ନାୟକ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନ ଶାଖା ପରିଚାଳକ ଦୀପକ ସେନାପତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ । ତାରାତାରୀଣି ଧାରାବାହିକର ଅଭିନେତ୍ରୀ ଛନ୍ଦିତା ପାଢୀ, ଓଡିଶା ଯାତ୍ରା ଜଗତର ସୁନାମଧନ୍ୟ ଖଳନାୟକ ଦଇତାରୀ ପଣ୍ଡା ମୁଖ୍ୟ ଆକର୍ଷଣ ଭାବେ ଯୋଗଦେଇ ଖଳନାୟକ ସଂଳାପରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲେ ।
ଏହି ଅବସରରେ ଅଭିମନ୍ୟୁ, ଗଙ୍ଗାଧର ରଣା, ସୌମ୍ୟ ନାରାୟଣ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଖଗେଶ୍ୱର ବେହେରା ବାର୍ଷିକ ବିବରଣୀ ପାଠ ମାଧ୍ୟମରେ ବିଦ୍ୟାଳୟର ସଫଳତା ଓ ସୁବିଧା ଅସୁବିଧା ସଂପର୍କରେ ମୁଖ୍ୟଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।