ନ୍ୟୁୟର୍କ– ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ପାଲେଷ୍ଟାଇନର ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ ସାକ୍ଷାତ କରିଛନ୍ତି । ଯାହାକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଉଭୟ ନେତା ଏଠାକାର ଲୋଟେ ନ୍ୟୁୟର୍କ ପ୍ୟାଲେସରେ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଚାର-ବିମର୍ଷ କରିଛନ୍ତି । ପିଏମ ମୋଦି ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ, ନ୍ୟୁୟର୍କରେ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ ସାକ୍ଷାତ କରିଛି । ଅଂଚଳରେ ଶାନ୍ତି ଓ ସ୍ଥିରତା ଶୀଘ୍ର ପୁନର୍ସଥାପିତ କରିବା ପାଇଁ ଭାରତର ସମର୍ଥନ ଦୋହରାଇଛି । ପାଲେଷ୍ଟାଇନର ଲୋକଙ୍କ ସହ ଦୀର୍ଘକାଳୀନ ବନ୍ଧୁତାକୁ ଆହୁରି ମଜବୁତ କରିବା ପାଇଁ ବିଚାରର ଆଦାନ-ପ୍ରଦାନ ହୋଇଛି ।