

ଭୁବନ- ଭାରତୀୟ ବିଦ୍ୟାନିକେତନ ତକ୍ଷଶିଳାର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜଗବନ୍ଧୁ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ଦାସ ଅତିଥି ପରିଚୟ, କାହ୍ନୁଚରଣ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି, ପଣ୍ଡିତ ମାତୃପ୍ରସାଦ ମିଶ୍ର ମୁଖ୍ୟବକ୍ତା, ଅର୍ଥନିତି ବିଶାରଦ ରମଣ ଅଗ୍ରୱାଲା । ଶୁଭଦର୍ଶନୀ ପରିଡା, ତାପସ ପରିଡା, ହିମାଶୁଂ ପୋଥାଳ, ସାମ୍ବାଦିକ କୃଷ୍ଣଚନ୍ଦ୍ର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ରଂଜନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।