ମୁମ୍ବାଇ-ଜାଲନା ଜିଲ୍ଲାରେ ମଠ ଟାଣ୍ଡା ଅଞ୍ଚଳରେ ୱଡିଗୋଦରୀ ରାଜପଥରେ ଶୁକ୍ରବାର ସକାଳେ ପ୍ରାୟ 8 ଟା ସମୟରେ ଏସଟି ବସ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଯୋଗୁ 6 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଘଟଣାରେ 14 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଅମ୍ବଡ ଜିଲ୍ଲା ଉପ-ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ପୋଲିସ ସୁଚନା ଅନୁସାରେ ଆଜି ସକାଳେ ପ୍ରାୟ 30 ଯାତ୍ରୀଙ୍କୁ ନେଇ ଏସଟି ବସ ଅମ୍ବାଜୋଗାଇରୁ ସଂଭାଜୀନଗର ଅଭିମୁଖେ ଯାଉଥିଲା। ଟ୍ରକ ଅମ୍ବଡରୁ ବୀଡ ଅଭିମୁଖେ କମଳା ନେଇ ଆସୁଥିଲା । ମଠ ଟାଣ୍ଡା ଅଞ୍ଚଳରେ ବଡିଗୋଦରୀ ରାଜରାସ୍ତାରେ ହଠାତ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏସଟି ବସରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଟ୍ରକଟି ଓଲଟି ପଡିଥିବାବେଳେ ଏସଟିର ଆଗ ଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଘଟଣାର ସୁଚନା ପାଇବା ପରେ ଅମ୍ବଡ ପୋଲିସ ଷ୍ଟେସନର ଟିମ ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଁଞ୍ଚି ବସରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଅମ୍ବଡ ଉପଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରୁ ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ ପଠାଇଛି।