ବାଲେଶ୍ୱର-ବିପଦ ସଙ୍କେତ ଟପିଲା ଜଳକା ନଦୀ । ସୁଚନାନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଠାରେ ଥିବା ନଦୀର ଜଳସ୍ତର ବୃଦ୍ଧି ହୋଇ ବିପଦ ସଙ୍କେତ 6.50 ମିଟର ରହିଥିବାବେଳେ ସକାଳ 7 ଟା ସୁଦ୍ଧା ଜଳସ୍ତର 6.68 ମିଟର ଉଚ୍ଚତାରେ ଜଳସ୍ତର ପ୍ରବାହିତ ହେଉଛି। ମୟୁରଭଞ୍ଜ ଜିଲ୍ଲାରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି। ନଦୀର ଜଳସ୍ତର ବୃଦ୍ଧି ହେବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଚାଷ ଜମିରେ ବନ୍ୟା ପାଣି ପଶିଥିବାବେଳେ ଅଧିକାଂଶ ଗାଁ ପାଣି ଘେରରେ ରହିଛି।
Related Stories
September 19, 2024