ନୂଆଦିଲ୍ଲୀ– ବିଜେପି ଇଣ୍ଡି ମେଂଟ ଉପରେ ନିଶାନା ସାଧିଛି । ବିଜେପି କହିଛି ଯେ, ଏହା ଭ୍ରମ ଓ ବିଭାଜନର ମେଂଟ ଅଟେ । ସୋମବାର ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ବ୍ୟକ୍ତ କରି ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା କହିଛନ୍ତି ଯେ, ଏହା ଭ୍ରମ ଓ ବିଭାଜନର ମେଂଟ ଅଟେ । ଇଣ୍ଡି ମେଂଟ ସମସ୍ତେ ବାଂଟି ହୋଇଛନ୍ତି । ଏହି ମେଂଟର ନା କୌଣସି ମିଶନ ଅଛି ନା କୌଣସି ଦୂରଦୃଷ୍ଟି ଅଛି । ଗୋଟିଏ ପଟେ କଂଗ୍ରେସ କହୁଛି ଯେ, ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦେବା ଏକ ନାଟକ ଅଟେ । କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲଙ୍କୁ ଦୁର୍ନୀତିଗ୍ରସ୍ତ କହୁଛନ୍ତି । ଅନ୍ୟପଟେ ମେଂଟର ସହଯୋଗୀ ଫାରୁକ ଅବଦୁଲା ଏହି ପଦକ୍ଷେପକୁ ଉତ୍ସବ ମାନୁଛନ୍ତି । ଶହଜାଦ ପୁନାୱାଲା କହିଛନ୍ତି ଯେ, ଅରବିନ୍ଦ କେଜରିୱାଲ ନିଜ ଇସ୍ତଫା କେବଳ ମଜବୁରୀରେ ଦେଉଛନ୍ତି । କାରଣ ସେ ଜେଲରୁ ବାହାରକୁ ଆସି ବି ଫାଇଲରେ ହସ୍ତାକ୍ଷର କରିପାରିବେ ନାହିଁ, ଅଫିସ ଯାଇପାରିବେ ନାହିଁ ।