ଜୟପୁର, ଓଡ଼ିଶା ଅମଲା ସଂଘର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ବର୍ଗତ ଫଣି ଭୂଷଣ ବୈଦ୍ୟଙ୍କ ବିୟୋଗରେ ରାଜ୍ୟ ଓଡ଼ିଶା ଅମଲା ସଂଘର ଶୋକସଭା ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି ।
ସ୍ବର୍ଗତ ବୈଦ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଜଣେ ଦୃଢ଼ ସଙ୍ଗଠକ ସହିତ ଓଡ଼ିଶା ଅମଲା ସଂଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ଥିଲେ ।
ସେ ଗ୍ରାମ୍ୟ ଉନ୍ନୟନ ବିଭାଗରେ କର୍ମଚାରୀ ଥିଲେ ସେ ଜୟପୁର, କୋରାପୁଟ, ମାଲକାନଗିରି ଭଳି ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ନେତୃବୃନ୍ଦ ଗଭୀର ଦୁଃଖ ପ୍ରକାଶ କରିଥିଲେ ।
ସ୍ବର୍ଗତ ବୈଦ୍ୟଙ୍କ ବିୟୋଗରେ ଓଡ଼ିଶା ଅମଲା ସଂଘ ସଭାପତି ନବରଙ୍ଗପୁର ଜିଲ୍ଲା ଶାଖା ଶ୍ରୀ ବୁଲୁ ହତା ଏକ ଶୋକସଭା ଆଭାସି ମାଧ୍ୟମରେ ଆୟୋଜନ କରିବା ସହିତ ଆଭାସି ସଭାରେ ସଭାପତିତ୍ବ କରିଥିଲେ ।
ରାଜ୍ୟ ବ୍ୟାପି ସମଗ୍ର ଜିଲ୍ଲାର ନେତୃବୃନ୍ଦ ଓ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗଦାନ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନବରଙ୍ଗପୁରରୁ ଶ୍ରୀ ବୁଲୁ ହତା, ଶ୍ରୀମତି ସିଦ୍ଧେଶ୍ବେରି ବେନିଆ,ଜୟପୁରରୁ ଶ୍ରୀ ଶଶୀ ଭୂଷଣ ଦାଶ, ଶ୍ରୀ ସଞ୍ଜୟ କୁମାର ପଣ୍ଡା, ବୋରିଗୁମ୍ମାରୁ ଶ୍ରୀ ବୃନ୍ଦାବନ ପଣ୍ଡା, କୋରାପୁଟରୁ ସୁନାକର ରାଉତ, ମାଲକାନଗିରିରୁ ଶ୍ରୀ ଶ୍ୟାମସୁନ୍ଦର ନାୟକ, ରାୟଗଡ଼ାରୁ ଶ୍ରୀ ଗୋପୀନାଥ ପଣ୍ଡା, ବ୍ରହ୍ମପୁରରୁ ଶ୍ରୀ ପ୍ରସନ୍ନ କୁମାର ତ୍ରିପାଠୀ, ପର୍ଶୁରାମ ପାତ୍ର, ଖୋର୍ଦ୍ଧାରୁ ଶ୍ରୀ ନାରାୟଣ ଦାଶ, ଶ୍ରୀ ଅଶୋକ ପଣ୍ଡା, କଳାହାଣ୍ଡିରୁ ଶ୍ରୀ ସୁକାନ୍ତ ମହାପାତ୍ର, ଶ୍ରୀ ରୁପକେଶରୀ ଦଳେଇ, ପୁରିରୁ ଜ୍ଞାନ ରଞ୍ଜନ ଦାଶ ମହେନ୍ଦ୍ର କୁମାର ମହାପାତ୍ର, ସୋନପୁରରୁ ଶ୍ରୀ ଚିତ୍ତରଞ୍ଜନ ତରାସିଆ,କଟକରୁ ହୃଦୟ ବିହାରୀ ମହାପାତ୍ର, ଶ୍ରୀ ଅଜୟ କୁମାର ନାୟକ ,କେଉଁଝରରୁ ପ୍ରସନ୍ନ କୁମାର ବେହେରାଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରି ସ୍ବର୍ଗତ ଫଣି ବୈଦ୍ୟଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର ପରିବାରକୁ ଭଗବାନ ସାହାସ ଦେବା ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ପରେ ଶ୍ରୀମତି ସିଦ୍ଧେଶ୍ବେରି ବେନିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରିଶେଷରେ ଶ୍ରୀ ବୁଲୁ ହତା ସଭାକୁ ସମାପନ କରିଥିଲେ ।