ଜୟପୁର– ସୁଭଦ୍ରା ଯୋଜନାକୁ ନେଇ “ସୁଭଦ୍ରା ସ୍ୱାଗତ ପଦଯାତ୍ରା” କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଆଜି ଜୟପୁର ବ୍ଲକ କାର୍ଯ୍ୟାଳୟ ଠାରୁ ଅଙ୍ଗନବାଡି, ସ୍ୱୟଂ ସହାୟକ ଗୋଷ୍ଠୀ,ମିଶନ ଶକ୍ତି ର ଶତାଧିକ ମହିଳା ମାନେ ହାତରେ ବ୍ୟାନର ଓ ପ୍ଲା କାର୍ଡ ଧରି “ଘରେ ଘରେ ସୁଭଦ୍ରା ” କୁ ନେଇ ଏକ ପଦଯାତ୍ରା କରିଛନ୍ତି। ଏହି ପଦଯାତ୍ରାରେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଜିଲ୍ଲା ପରିଷଦ ସଭ୍ୟ ତପତି ପଟ୍ଟନାୟକ, ରଶ୍ମୀ ରଥ, ଆସ୍ଥା ନାୟକ,ସିଡିପିଓ କାଞ୍ଚନ ପଣ୍ଡା, ସମେତ ଜୟପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶକ୍ତି ମହାପାତ୍ର, ଜୟପୁର ପୈାର କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ପଦଯାତ୍ରା ପ୍ରଥମେ ଜୟପୁର ସ୍ଥିତ ସ୍ଥାନୀୟ ଗୋବର୍ଦ୍ଧନ ମୁଣ୍ଡାପାର୍କିଂ ସ୍ଥାନ ରେ ପହଞ୍ଚିବା ପରେ ସେଠାରେ ଏକ ସେଚେତନତା ଶୋଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାର ପ୍ରତାପ ଆଚାର୍ଯ୍ୟ ମଞ୍ଚ ପରିଚଳନ କରିଥିଲେ। ସେଠାରେ ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ମାନେ ଯେପରି ଯୋଜନାର ସୁବିଧା ପାଇବେ ସେ ନେଇ ନାମ ପଞ୍ଜିକରଣ କରିବା ପାଇଁ ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶକ୍ତି ମହାପାତ୍ର ତାଙ୍କ ଅଭିଭାଷଣରେ କହିଛନ୍ତି। ଏବଂ ଜୟପୁର ପୈାରାଞ୍ଚଳ ର ମହିଳା ମାନେ ଯେପରି ଏହି ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରି ଏହାର ଲାଭ ଉଠାଇ ଯେପରି ମହିଳା ମାନେ ସଶକ୍ତିକରଣ ହୋଇପାରିବେ ସେଥିପାଇଁ ସମସ୍ତ ୱାର୍ଡର ମହିଳା ମାନଙ୍କୁ ପଞ୍ଜିକରଣ କରିବା ପାଇଁ ଜୟପୁର ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଛନ୍ତି। ଶୋଭା ସମାପ୍ତ ପରେ ଜୟପୁର ପୈାରପାଳିକା ଅଧିନସ୍ଥ ୨୮ ଟି ୱାର୍ଡରେ ଏହି ସୁଭଦ୍ରା ସ୍ୱାଗତ ପଦଯାତ୍ରା କାର୍ଯ୍ୟକ୍ରମ କରାଯାଇଥିଲା। ସମସ୍ତ ମହିଳା ମାନଙ୍କୁ ସଚେତନତା କରାଯାଇ ଯେପରି କୈାଣସି ମହିଳା ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ ନ ହେବେ ସେ ନେଇ ସଚେତନତା କରାଯାଇଥିଲା। ରାଜ୍ୟରେ ବର୍ତ୍ତମାନ ଚାଲିଛି ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ। ଏଯାଏଁ ୬୦ ଲକ୍ଷରୁ ଉର୍ଦ୍ଧ୍ଵ ମହିଳା ନାମ ପଞ୍ଜିକରଣ କରିସାରିଲେଣି।ଏବେ ବି ଜନ ସେବା କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବା ନେଇ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଆଜି ସୁଦ୍ଧା ଯେଉଁ ମାନେ କରିଥିବେ ସେମାନଙ୍କୁ ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ। ରାଜ୍ୟରେ ମହିଳା ମାନେ ଯେପରି ସଶକ୍ତିକରଣ ହୋଇପାରିବେ ସେଥିପାଇଁ ସମସ୍ତ ଯୋଗ୍ୟ ମହିଳା ମାନଙ୍କୁ ପ୍ରତି ବର୍ଷ ୧୦ ହଜାର ଟଙ୍କା ର ସହାୟତା ରାଶି ପ୍ରଦାନ କରାଯିବ ୫ ବର୍ଷରେ ମୋଟ ୫୦ ହଜାର ଟଙ୍କା ପାଇବା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନା ଘୋଷଣା କରିଥିଲେ।
Related Stories
October 6, 2024
October 6, 2024