ଜୟପୁର, ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରଠାରେ ଜୁନିଅର୍ ରେଡ୍ କ୍ରସ୍ ତରଫରୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିତ୍ସକ ତଥା କନିଷ୍ଠ ରେଡ୍ କ୍ରସ୍ ରାଜ୍ୟ ସାଧନକର୍ମୀ ଶ୍ରୀଯୁକ୍ତ ଯଜ୍ଞେଶ୍ଵର ପଣ୍ଡା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଦୁର୍ଘଟଣା ସମୟରେ , ନିଆଁରେ ପୋଡିଯିବା ସମୟରେ, କୁକୁର ଓ ସାପ କାମୁଡ଼ିଲେ, ମୂର୍ଚ୍ଛା ହୋଇଗଲେ, ରକ୍ତ ସ୍ରାବ ହେଉଥିଲେ ଏବଂ ଅସ୍ଥିଭଙ୍ଗ ହୋଇଥିଲେ କିଭଳି ପ୍ରାଥମିକ ଚିକିତ୍ସା ଦିଆଯିବ ସେ ବିଷୟରେ ପ୍ରାଥମିକ ଚିକିତ୍ସା କୌଶଳ ଶିଖାଇଥିଲେ । ଜୁନିଅର୍ ରେଡ୍ କ୍ରସ୍ ପରାମର୍ଶଦାତ୍ରୀ ଶୁଭସ୍ମିତା ସାହୁ ପ୍ରାଥମିକ ଚିକିତ୍ସାର ଗୁରୁତ୍ଵ ଓ ଏହାକୁ କିଭଳି ପ୍ରଚାର ପ୍ରସାର କରାଯାଇପାରିବ ସେ ବିଷୟରେ ଅବଗତ କରାଇଥିଲେ। ଶିକ୍ଷକ ବିଶ୍ଵରଞ୍ଜନ ଗୌଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ଭଗବାନ ସାବତ,ଦେବେନ୍ଦ୍ର କୁମାର ପାଢୀ , ହିତକର ଚରତି, ଦୁର୍ଗା ପ୍ରସାଦ ପାତ୍ର,ଶିକ୍ଷୟିତ୍ରୀ ପ୍ରଭାତୀ ପାଣିଗ୍ରାହୀ,କେ.ପ୍ରମିଳା, ପାପିତା ପ୍ରଧାନ,ସନ୍ତୋଷୀନୀ ପଣ୍ଡା, ସାଗରିକା ପାତ୍ର, ବନିତା ଶତପଥୀ, ଅରୁନ୍ଧତୀ ତ୍ରିପାଠୀ,ରଶ୍ମିତା ନାହାକ, ସୁଧା ପଟ୍ଟନାୟକ,କଲ୍ୟାଣୀ ନାୟକ ,ସୁଚରିତା ପଟ୍ଟନାୟକ ଓ ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ନରେଶ ଷଡ଼ଙ୍ଗୀ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ଶେଷରେ ଶିକ୍ଷକ ସୋମନାଥ ସାକିଆ ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
September 19, 2024
September 19, 2024