କୋଲକାତା– ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ବିରୁଦ୍ଧରେ ଜୁନିୟର ଡାକ୍ତରଙ୍କ ଧାରଣା ଶୁକ୍ରବାର ବି ଜାରି ରହିଛି । ରାଜ୍ୟ ସରକାରଙ୍କ ସହ ଗୁରୁବାର ପ୍ରାସ୍ତାବିତ ଆଲୋଚନା ଆରମ୍ଭ ହେବାକୁ ପୂର୍ବରୁ ଶେଷ ହେବାକୁ ନେଇ ଏବେ ବିକ୍ଷୋଭରତ ଡାକ୍ତରମାନେ ଇମେଲ ପଠାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ସେମାନେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଏହି ଇମେଲ କପି ପଠାଇଛନ୍ତି । ତେବେ ରାଷ୍ଟ୍ରପତି ଭବନରୁ ଏବେ ଯାଏ କୌଣସି ଉତର ମିଳିନାହିଁ । ଅନ୍ୟପଟେ ପ୍ରବଳ ବର୍ଷା ସତ୍ତ୍ୱେ ଜୁନିୟର ଡାକ୍ତରମାନେ ସ୍ୱାସ୍ଥ୍ୟଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଏମାନଙ୍କ ସମର୍ଥନରେ କିଛି ସିନିୟର ଡାକ୍ତର ଓ ସାଧାରଣ ଲୋକ ବି ସାମିଲ ହୋଇଛନ୍ତି ।
Related Stories
November 23, 2024