ଭୁବନେଶ୍ୱର– ରେଭେନ୍ସା ଶିକ୍ଷାନୁଷ୍ଠାନର ନାମ ପରିବର୍ତନ ଆବଶ୍ୟକ ବୋଲି ପୁଣି ଥରେ କହିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ନ ଅଙ୍କ ଦୁର୍ଭିକ୍ଷ ଓ ଥୋମାସ ରେଭେନ୍ସାଙ୍କ ଭୂମିକା ସମ୍ପର୍କରେ ଭୁବନେଶ୍ୱରର ସ୍ୱାଧୀନତା ସଂଗ୍ରାମୀ ସଦନ ଠାରେ ଆୟୋଜିତ ହୋଇଥିବା ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ଶ୍ରୀ ମହତାବ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ନାମ ପରିବର୍ତନ ପାଇଁ ମୁଁ ଏବେ ନୁହେଁ 1977 ମସିହାରୁ କୁହା ହୋଇ ଆସୁଛି. । 80 ମସିହାରେ ମଧ୍ୟ ଏନେଇ ମୁଁ ଲେଖା ଲେଖିଛି । ଦେଶ ସ୍ୱାଧୀନ ହେବାରେ 77 ବର୍ଷ ହୋଇଗଲାଣି. ରେଭେନ୍ସାର ନାମ ପରିବର୍ତନ କରିବା ଏବେର ନୁହେଁ ବହୁ ଦିନର ଦାବୀ ।
ସେ କହିଛନ୍ତି ଯେ୍, 1949 ମସିହାରେ ବୃହତ୍ତର ଓଡିଶା ଗଠନ ହୋଇଥିଲା । ମୟୁରଭଞ୍ଜ ଓଡ଼ିଶାରେ ମିଶିଥିଲା. ଏହାପରେ ଓଡିଶା ବିଧାନସଭାରେ ନାମ ପରିବର୍ତନ ପାଇଁ ଚର୍ଚ୍ଚା ହୋଇଛି. ସେତେବେଳେ ଶିକ୍ଷା ମନ୍ତ୍ରୀ ରଘୁନାଥ ମିଶ୍ର ଥିଲେ । ବିଭିନ୍ନ ସମୟରେ ଛାତ୍ରମାନେ ନାମ ପରିବର୍ତନ ନେଇ ଆନ୍ଦୋଳନ ହୋଇଛି. ତାଙ୍କୁ ରାଜନେତାମାନେ ମଧ୍ୟ ସମର୍ଥନ ଦେଇଛନ୍ତି । ଅନୁରୂପ ଭାବରେ ଏବେ କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ କହିଲେ.କିନ୍ତୁ ଚର୍ଚ୍ଚା ଏବେ ବିବାଦ ପରେ ଗାଳି ରେ ପରିଣତ ହୋଇଯାଇଛି ।
ସେ କହିଛନ୍ତି ଯେ ନାମ ପରିବର୍ତନରେ ନିଷ୍ପତି ସରକାର ନେବେ. । କିଏ କଣ କହିଲା.ବ୍ୟକ୍ତିଗତ ସ୍ତରରେ ମୁଁ ଆକ୍ଷେପ କରେନାହିଁ ।
ସେ କହିଛନ୍ତି ଓଡ଼ିଆ ଲୋକ ଏବଂ ଓଡ଼ିଆ ଜାତିର ଅନୁଦାନରେ ତିଆରି ହୋଇଥିବା ଅନୁଷ୍ଠାନର ନାମ କାହିଁକି ଜଣେ ଇଂରେଜ ନାମରେ ରହିବ । ଓଡିଶା ବାହାରେ କୌଣସି ଓଡ଼ିଆ ଲୋକଙ୍କ ନାମରେ ଅନୁଷ୍ଠାନ ଅଛି କି. ତାହେଲେ ଆମେ କାହିଁକି ବାହାର ଲୋକ ପାଈଁ ଏତେ ଦରଦ ଦେଖାଉଛନ୍ତି. ତେଣୁ ରେଭେନ୍ସାର ନାମ ପରିବର୍ତ୍ତନ କଲେ ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ହରପ୍ରସାଦ ଦାସ, ସୁବ୍ରତ ପୃଷ୍ଟି, ପୂର୍ବତନ କୁଳପତି ହରିହର କାନୁନଗୋ ଏବଂ ରାଜାରାମ ଶତପଥୀ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ ।