ଭୁବନେଶ୍ୱର– ଭୁବନେଶ୍ବର ଚନ୍ଦକା ରିୟଲ ଇଷ୍ଟେଟରେ ଉଦଘାଟନ ହେଲା ପରିଧାନ ଉଷ୍ମାୟନ କେନ୍ଦ୍ର । ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ଏହାକୁ ଉଦଘାଟନ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହି ପ୍ରତିଷ୍ଠାନ ଉଦଘାଟନ ହୋଇଛି । ହସ୍ତତନ୍ତ୍ର ଓ ବୟନ ଶିଳ୍ପ କ୍ଷେତ୍ରରେ ଉଦ୍ୟେଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପରିଧାନ ଉଷ୍ମାୟନ କେନ୍ଦ୍ରକୁ ଆରମ୍ଭ କରାଯାଇଛି । ଏହି ଉଷ୍ମାୟନ କେନ୍ଦ୍ରକୁ ପ୍ରାରମ୍ଭିକ ସ୍ତରରେ ଥିବା ଯୁବ ଉଦ୍ୟୋଗୀ ମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି ସହାୟତା କେନ୍ଦ୍ରରେ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ରଖାଯାଇଛି । ଏହା ଭିତ୍ତିଭୂମି ଓ ସମ୍ବଳ ପ୍ରଦାନ କରି ଉଦ୍ୟୋଗୀଙ୍କ ଅଭିନବ ଚିନ୍ତାଧାରା ଏବଂ ଉଦ୍ୟୋଗୀଙ୍କୁ ପ୍ରତିପୋଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ୪୫ ହଜାର ବର୍ଗଫୁଟ ଅଞ୍ଚଳରେ ଏକ ପ୍ଲଗ ଏବଂ ପ୍ଲେ ବ୍ୟବସ୍ଥା ସହିତ ଏହି କେନ୍ଦ୍ର ସ୍ଥାପନ ହୋଇଛି । ଏଠାରେ ଉଚ୍ଚ ବୈଷୟିକ ସିଲେଇ ମେସିନ୍ ଯୋଗାଣ, ବସ୍ତ୍ରର ପ୍ୟାକେଜିଙ୍ଗ ପାଇଁ ଉତ୍ସର୍ଗିକୃତ ସ୍ଥାନ, କର୍ମଶାଳା ଓ ଅଫିସ ଆଦି ରହିଛି । ୬ ଶହ ଲୋକଙ୍କୁ ନିଯୁକ୍ତି ମିଳିବ । ୩ଜଣ ଉଦ୍ୟୋଗୀଙ୍କୁ ନିଜ ଉଦ୍ୟୋଗ ଆରମ୍ଭ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ଏହି ତିନି ଉଦ୍ୟୋଗୀଙ୍କୁ ତିନି ବର୍ଷ ପରେ ଇଡ଼କୋ ପକ୍ଷରୁ ଅନ୍ୟତ୍ର ଭିତ୍ତିଭୂମି ଯୋଗାଇ ଦିଆଯିବା ପରେ ପୁଣି ନୂଆ ତିନି ଉଦ୍ୟୋଗୀଙ୍କୁ ପରିଧାନ ଉଷ୍ମାୟନ କେନ୍ଦ୍ରରେ ଉଦ୍ୟୋଗ ଆରମ୍ଭ କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ । ଏହି ପରିଧାନ ଉଷ୍ମାୟନ କେନ୍ଦ୍ର ରାଜ୍ୟର ବୟନଶିଳ୍ପ ପାଇଁ ଆଶାର ଆଲୋକ ଭାବେ କାମ କରିବ ବୋଲି ମନ୍ତ୍ରି କହିଛନ୍ତି । କେନ୍ଦ୍ରପଡ଼ା, ରାଇରଙ୍ଗପୁର ଓ ସୁନ୍ଦରଗଡ଼ର ତିନି ଉଦ୍ୟୋଗୀଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଇଛି । ତିନି ଜଣ ଯୁବ ଉଦ୍ୟୋଗୀ ଆଇଆଇଟି ଦିଲୀରୁ ଡ଼ିଗ୍ରୀ ହାସଲ କରିଛନ୍ତି ।
Related Stories
October 15, 2024