
ହନୋଇ – ଭିଏତନାମରେ ୟାଗୀ ଝଡ ଗତ 6 ଦିନରେ ତାଣ୍ଡବ ସୃଷ୍ଟି କରିଛି। ଏହି ଶକ୍ତିଶାଳୀ ଝଡରେ ବ୍ୟାପକ ଭୁସ୍ଗଳନ ଘଟିଛି ।ଅନେକ ନଦୀର ଜଳସ୍ତର ବଢିଛି। ଚାରିଆଡେ ବନ୍ୟା ଯୋଗୁଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅତି କମରେ 197ଜଣ ସାଧାରଣ ନାଗରିକ ଏହି ଝଡରେ ମୃତ୍ୟବରଣ କରିଛନ୍ତି। ଏହି ଝଡରେ ରାଜଧାନୀ ହନୋଇ ମଧ୍ୟ ବାଦ ପଡିନାହିଁ। ଏହି ଝଡ ଯୋଗୁଁ ସର୍ବାଧିକ କ୍ଷତି ଭିଏତନାମରେ ହୋଇଛି। ମାଲେସିଆର ଖବରକାଗଜ ଦ ସନ ଅନୁସାରେ, ଭିଏତନାମର ଅଧିକାରୀମାନେ ଗୁରୁବାର କହିଛନ୍ତି ଶନିବାର ଆସିଥିବା ଝଡ କାରଣରୁ ଭୁସ୍ଖଳନ ଘଟିଛି ଏବଂ ବନ୍ୟାରେ ଅତି କମରେ 197 ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ 100ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଭିଏତନାମ ଗତ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ଏପରି ଶକ୍ତିଶାଳୀ ଝଡର ସମ୍ମୁଖୀନ ହୋଇଛି। ଏହି ଖହରକାଗଜ ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆର ବିଦେଶମନ୍ତ୍ରୀ ପେନୀ ୱୋଙ୍ଗ ଝଡର ବିପଦକୁ ସମ୍ମୁଖୀନ କରିଥିବା ଭିଏତନାମକୁ 3 ମିଲିୟନ ଅଷ୍ଟ୍ରେଲିୟ ଡଲାର(1.9 ମିଲିୟନ ଆମେରିକୀୟ ଡଲାର) ମାନବିକ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ୱୋଂଗ କହିଛନ୍ତି ଯେ ଅଷ୍ଟ୍ରେଲିଆ ପ୍ରଭାବିତ ପରିବାରକୁ ସାହାଯ୍ୟ କରିବା ପାଇଁ ଅଷ୍ଟ୍ରେଲିଆ ବିମାନ ଯୋଗେ ଜରୁରୀ ଜିନିଷ ପଠାଇଛି।