ଗଂଜାମ, ପିତ୍ତଳ ପଂଚାୟତର ସରପଞ୍ଚ ରାମ ରାଘବ ପାତ୍ରଙ୍କ ମାତା ତଥା ପୂର୍ବତନ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ରଙ୍କ ଧର୍ମପତ୍ନୀ ସୌଦାମିନୀ ପାତ୍ରଙ୍କର ଗତ ଶୁକ୍ରବାର ଦିନ ବ୍ରହ୍ମପୁର ବଡଡାକ୍ତରଖାନାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 57ବର୍ଷ ବୟସ ହୋଇଥିଲା। ମରଶରୀରକୁ ନେଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯାଇଛି । ପୁତ୍ର ରାମ ରାଘବ ପାତ୍ର ମୁଖାଗ୍ନି ଦେଇଥିଲେ । ସେ ଦୀର୍ଘ ଏକବର୍ଷ ହେଲା ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ବହୁ ଆତ୍ମୀୟସ୍ଵଜନ ଓ ଶେରଗଡ ବ୍ଲକର ବହୁ ବିଜେଡି ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ସୌଦାମିନୀଙ୍କ ବିୟୋଗର ଏ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ସୌଦାମୀନିଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।
Related Stories
October 10, 2024