ଭୁବନେଶ୍ୱର– କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଆଜି ଶୂନ୍ୟକାଳରେ କେନ୍ଦ୍ରାପଡା ଠାରେ ସିଟି ହସପିଟାଲ ସ୍ଥାପନା କରିବାକୁ ଦାବି କରିଛନ୍ତି ।
ସେ କହିଛନ୍ତି ଯେ କେନ୍ଦ୍ରାପଡା ପୌରାଂଚଳର ଜନସଂଖ୍ୟା ପାଖାପାଖି 65 ହଜାର ହୋଇଥିବା ବେଳେ ଏଥିରୁ 30 ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜାତି ଓ ଜନଜାତି ବର୍ଗର । ଏହା ବାଦ ଆଖ ପାଖର ବ୍ଲକର ଲୋକ ମାନଙ୍କର ସୁବିଧା ପାଇଁ କେନ୍ଦ୍ରାପଡାରେ ସିଟି ହସପିଟାଲ ସ୍ଥାପନା କରାଯାଉ ।