ଭୁବନେଶ୍ୱର, ରାଜ୍ୟରେ ୩୧୪ ବ୍ଲକରେ ଉନ୍ନୟନ କାମ ଠପ୍ ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା କୁ ଅନୁମତି ନ ଦେବାରୁ ଆଜି ବିଧାନସଭାରେ ବିଜେଡି ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ବିଜେଡି ବିଧାୟକ ମାନେ ନାରାବାଜୀ କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ଏହି ପ୍ରସଙ୍ଗରେ ହଟ୍ଟଗୋଳ କାରଣରୁ ବାଚସ୍ପତି ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଆଜି ଶୂନ୍ୟକାଳରେ ବିଜେଡି ବିଧାୟକ ଅରୁଣ ସାହୁ ଓ ଗଣେଶ୍ୱର ବେହେରା ଏହି ପ୍ରସଙ୍ଗ ଉଠାଇଥିଲେ ଓ କହିଥିଲେ ଯେ ବାରମ୍ବାର ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମୁଲତବି ନୋଟିସକୁ ବାଚସ୍ପତି ଗ୍ରହଣ କରୁନାହାନ୍ତି । ତେଣୁ ସେମାନେ ଏହାକୁ ଗ୍ରହଣ କରିବାକୁ ଦାବି କରିଥିଲେ । ଅନ୍ୟ ପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାର କାର୍ଯ୍ୟାବଳୀକୁ ଉଦ୍ଧୃତ କରି ଏଭଳି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ପାରିବ ନାହିଁ ବୋଲି କହିଥିଲେ । ମୁଲତବି ଅଗ୍ରାହ୍ୟ ପ୍ରତିବାଦରେ ବିଜେଡିର ହୋହଲ୍ଲା, ନାରାବାଜି କରିବା ପରେ ଶେଷରେ ବାଚସ୍ପତି ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।