ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତରେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଅଣରାଜନୈତିକ ପୃଷ୍ଠଭୂମିର ଯୁବକଙ୍କ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ସ୍ୱାଧୀନତା ସଂଗ୍ରାମ ସମୟରେ ବି ବହୁତ ଅଣରାଜନୈତିକ ପୃଷ୍ଂଭୂମିର ଲୋକ ଏଥିରେ ଯୋଡି ହୋଇଥିଲେ । ଏଭଳି ଭାବେ ଆଜି ବି ଏହାର ଆବଶ୍ୟକତା ରହିଛି ।
ମନ କୀ ବାତର 113ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସ୍ୱାଧୀନତା ଦିବସ ସମାରୋରେ ସେ ଲାଲକିଲାରେ ଦେଇତିବା ଆହ୍ୱାନରେ ବହୁତ ପ୍ରତିକ୍ରିୟା ହୋଇଛି । ଯୁବକଙ୍କ ତାଙ୍କୁ ଲେଖିଛନ୍ତି ଯେ, ସେମାନେ ନିଜ କ୍ଷେତ୍ରରେ କାମ କରିବାର ଅନୁଭବ ରଖିଥାନ୍ତି ଏବଂ ରାଜନୀତିରେ ଯୋଡି ହୋଇ ପରିବର୍ତନ ଆଣିବାକୁ ଚାହୁଁଛନ୍ତି । ଏଥିରୁ ଜଣାପଡୁଛି ଯେ, କେତେ ବଡ ସଂଖ୍ୟାରେ ଆମର ଯୁବକ ରାଜନୀତିରେ ଆସିବାକୁ ପ୍ରସ୍ତୁତ ଅଛନ୍ତି । କେବଳ ସେମାନଙ୍କୁ ସଠିକ ମାର୍ଗଦର୍ଶନ ଓ ସୁଯୋଗର ଆବଶ୍ୟକତା ରହିଛି ।