ନୂଆଦିଲ୍ଲୀ -ନେପାଳରେ ଭାରତୀୟ ବସ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ନେପାଳର ତନହୁନ ଜିଲ୍ଲାରେ ସଡକ ଦୁର୍ଘଟଣା କାରଣରୁ ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖିତ । ସେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ନେପାଳରେ ଭାରତୀୟ ଦୂତାବାସ ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କ୍ଷତିପୂରଣ ଘୋଷଣା କରିଛି । ମୃତକଙ୍କ ପରିବାରକୁ ପିଏମ ରିଲିଫ ଫଣ୍ଡରୁ 2ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ଦିଆଯିବ । ଆହତଙ୍କୁ 50ହଜାର ଟଙ୍କା ପ୍ରଦାନ କରାଯିବ ।