ଭୁବନେଶ୍ୱର, ବିଜେଡି ବିଧାୟକ ଧ୍ରୁବ ସାହୁ ଶୁନ୍ୟକାଳରେ କହିଥିଲେ ମଦ ମାଫିଆ ଙ୍କ ସହ ଶାସକ ଦଳର ଅନେକ ସଦସ୍ୟଙ୍କ ସମ୍ପର୍କ ରହିଛି ଯାହାକୁ ନେଇ ଉଭୟ ବିଜେଡି ସଦସ୍ୟ ଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା ।
ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଏହି ପ୍ରସଙ୍ଗରେ ବିଜେଡ଼ି ବିଧାୟକ ଙ୍କୁ ଚ୍ୟାଲେଞ୍ଜ କରିଥିଲେ । ସେ କହିଥିଲେ ଶାସକ ଦଳର କେଉଁ ସଦସ୍ୟଙ୍କ ମଦ ମାଫିଆ ଙ୍କ ସହ ତାହା ନାଁ ରଖନ୍ତୁ ଗୃହରେ । ନଚେତ ନିଜ କଥା କୁ ପ୍ରମାଣ କର ନ ହେଲେ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଥିଲେ ।