-
ମଦ ମୃତ୍ୟୁ କୁ ନେଇ ସରକାର କୌଣସି ସତ୍ୟ କି ତଥ୍ୟ ଲୁଚାଇ ନାହାନ୍ତି – ଅବକାରୀ ମନ୍ତ୍ରୀ
ଭୁବନେଶ୍ୱର, ମଦ ମୃତ୍ୟୁ କୁ ନେଇ ସରକାର କୌଣସି ସତ୍ୟ କି ତଥ୍ୟ ଲୁଚାଇ ନାହାନ୍ତି । ବିରୋଧୀ ଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ଯା ଓ ଭିତିହିନ ।ଗଞ୍ଜାମ ଜିଲ୍ଲାରେ ୫୦୦ ଲିଟର ପୋଚ ନଷ୍ଟ ହୋଇଛି । ୬ ଜଣଙ୍କୁ ଗିରଫ କରାଯାଇଛି, ୨ ଜଣ ଅଟକ ଅଛନ୍ତି । ଆଜି ଗୃହରେ ଉତର ରଖି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଗତ ୧୯ ତାରିଖରେ ବିଷାକ୍ତ ମଦ ପିଇ ପେଟ ଯନ୍ତ୍ରଣା ହେବାରୁ ୧୯ ଜଣ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ୬ ଆଇସିୟୁ ରେ, ୨ ଭେଣ୍ଟିଲେଟର ଏବଂ 7 ଜଣ ଜଣ ୱାର୍ଡ ରେ ଅଛନ୍ତି ଅଛନ୍ତି ।
୨୧ ରେ ଲୋକନାଥ ବେହେରା ଓ ଜୁଡା ବେହେରା ଙ୍କ ଏହି ବିଷାକ୍ତ ମଦ ପିଇବା ଦ୍ୱାରା ଦେହାନ୍ତ ହୋଇଛି ।
ସେ କହିଛନ୍ତି ଯେ, ବିଭାଗ ବେଆଇନ ମଦ କାରବାର ବନ୍ଦ ପାଇଁ ୨୦ ତାରିଖରୁ ଅଭିଯାନ ଆରମ୍ଭ କରିଛି । ଗଞ୍ଜାମ ଘଟଣା ପରେ ରାଜ୍ୟ ସାରା ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ପେଶାଲ ରେଡ଼ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୨୦ ହଜାର ୭୨୬ ଲିଟର ବେଆଇନ ମଦ ଜବତ କରିଛି ବିଭାଗ । ୩୭୬ ଟି ବେଆଇନ ମଦ ମାମଲା ରୁଜ୍ଜୁ ହୋଇଛି । ୨୬୭ ଜଣ ଗିରଫ ହୋଇଛନ୍ତି, ୪ ଜଣ ଫେରାର ଅଛନ୍ତି । ୨୬ ଟି ଗାଡ଼ି ଜବତ ହୋଇଛି ବୋଲି ସେ କହିଛନ୍ତି ।