ବଲାଙ୍ଗିର, ଓଡିଶା ରାଜ୍ୟ ଜଳ ଓ ପରିମଳ କର୍ମଚାରୀ ସଂଘ ତରଫରୁ ବିଗତ ୫ ବର୍ଷ ଧରି ବାରମ୍ବାର ପୁନଃ ନିଯୁକ୍ତି ଦାବି ହୋଇଆସୁଥିଲା। ଏହାର କୌଣସି ଆସୁ ପଦକ୍ଷେପର ଗନ୍ଧ, ବାସ ଜଣା ନ ପଡ଼ିବାରୁ ବାଧ୍ୟହୋଇ ଜଳ ଓ ପରିମଳ କର୍ମଚାରୀ ସଂଘ ତରଫରୁ ପୁନଃ ନିଯୁକ୍ତି ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ଏକ ଗୁହାରି ପତ୍ର ଦିଆଯାଇଥିଲା। ଏହାର ତ୍ଵରିତ ପଦକ୍ଷେପ ସ୍ଵରୂପ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପିଏମଓପିଜି /ଡି/୨୦୨୪/୦୧୭୧୭୦୬ ରେ ରେକର୍ଡ କରି ଓଡ଼ିଶା ସରକାରଙ୍କଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଉପସଚିବଙ୍କୁ ଏହାର ସୁବିଚାରକରି ପୁନଃ ନିଯୁକ୍ତି ଦେବା ପାଇଁ ପାଇଁ ପ୍ରେରଣ କରିଛନ୍ତି। ଏହି ଖବର ପାଇ ଓଡିଶା ରାଜ୍ୟ ଜଳ ଓ ପରିମଳ କର୍ମଚାରୀ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ ବଗର୍ତ୍ତି ତଥା ସମସ୍ତ କର୍ମଚାରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ଓ ଛଟେଇ ହୋଇଥିବା କର୍ମୀଙ୍କ ମନରେ ଆନନ୍ଦ ଦେଖାଯାଇଛି।
Related Stories
October 10, 2024