ଭୁବନେଶ୍ଵର– ଚଳିତ ମୌସୁମୀ ଋତୁ ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୬୮୬.୫ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୧୧ ପ୍ରତିଶତ କମ୍ ରହିଛି ।
ଏହି ସମୟରେ ତିନି ଜିଲ୍ଲା ମାଲକାନଗିରି, ନୂଆପଡ଼ା ଏବଂ ବୌଦ୍ଧରେ ଅତ୍ୟଧିକ ବର୍ଷା ହୋଇଛି । ମାଲକାନଗିରିରେ ୧୨୬୬.୪ ମି.ମି, ନୂଆପଡ଼ାରେ ୮୧୭.୭ ମି.ମି. ଓ ବୌଦ୍ଧରେ ୮୫୧.୧ ମି.ମି. ବର୍ଷା ରେକର୍ଡ଼ ହୋଇଛି । ୧୬ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ହୋଇଛି ଏବଂ ଅନ୍ୟ ୧୧ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।