ଭୁବନେଶ୍ୱର– ରାଜଭବନରେ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁବାର ସକାଳ ୯ଘଟିକା ସମୟରେ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତୋଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଭୀମଭୋଇ ଦୃଷ୍ଟି ବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଦୃତ ହୋମ୍ର ଅନ୍ତେବାସୀ, ଆୱାକେନ୍ କ୍ୟାନ୍ସର୍ କେୟାର ଟ୍ରଷ୍ଟ ଓ ନୀଳାଦ୍ରୀ ସେବା ଟ୍ରଷ୍ଟ ତତ୍ୱାବଧାନରେ ରହୁଥିବା କ୍ୟାନ୍ସର ସହ ଲଢେଇ କରୁଥିବା ପିଲାମାନେ ଆନନ୍ଦ ଉଲ୍ଲାସର ସହ ଯୋଗଦେଇଥିଲେ ଏବଂ ସ୍ୱାଧୀନତା ଦିବସ ପାଳନ ଉପଭୋଗ କରିଥିଲେ। ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶ ଦାତା ସନ୍ତୋଷ କୁମାର ଶତପଥି, ଏକାଡେମୀକ୍ ପରାମର୍ଶଦାତା ଡ଼ ଶୁକ୍ଲା ମହାନ୍ତି, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ୍ଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ। ପରେପରେ ଅଭିଷେକ୍ ହଲ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ଦାସ ଉତ୍ସବରେ ଯୋଗଦେଇଥିବା ପିଲାମାନଙ୍କ ସହ ବାର୍ତାଳାପ କରିଥିଲେ । ରାଜ୍ୟପାଳ ପିଲାମାନଙ୍କୁ ଉପହାର ପ୍ରଦନା କରିବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।
ଏହି ଅବସରରେ ରାଜ୍ୟପାଳ ଆଦୃଦ ହୋମ୍ର ଅନ୍ତେବାସୀ ଅମ୍ରିତାଙ୍କୁ ୨୫ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ।