
ଭୁବନେଶ୍ୱର– ବିଭାଜନ ବିଭୀଷିକା ସ୍ମୃତି ଦିବସରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁଲିନାହିଁ ଭାରତ, ଆଜିର ଦିନରେ ହିଁ ଭାରତ ବିଭାଜନକୁ ସାମ୍ନା କରିଥିଲା। ଯାହାପାଇଁ ଅନେକ ଭାରତୀୟ ପ୍ରାଣବଳିଦେବା ସହ ବିସ୍ଥାପିତର ପରିଚୟ ନେଇ ବଞ୍ଚିବାକୁ ବାଧ୍ୟ ହୋଇଥିଲେ। ଦେଶରେ ହିଂସାର କଳାବାଦଲ କୋଟି କୋଟି ଭାରତୀୟଙ୍କୁ କଷ୍ଟ ଦେଇଥିଲା। ସେଦିନର ସେଇ ଯନ୍ତ୍ରଣା ଏବଂ ବିଭାଜନର କଷ୍ଟକୁ ମନେ ପକାଇ ଆଜି ସାରା ଦେଶ ପାଳୁଛି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’। ଦେଶପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି।