ଭୁବନେଶ୍ୱର- ବିଭାଜନ ବିଭୀଷିକ ସ୍ମୃତି ଦିବସରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଭାରତର ବିଭାଜନ ଲକ୍ଷଲକ୍ଷ ଘର ଉଜାଡି ଦେଇଥିଲା ଏବଂ ଲକ୍ଷଲକ୍ଷ ଜୀବନ ଛଡାଇ ନେଇଥିଲା । ବିଭାଜନର ଏହି ଦଂଶନ ଦେଶ କେବେ ଭୁଲିପାରିବନାହିଁ । ବିଭାଜନ ବିଭୀଷକ ସ୍ମୃତି ଦିବସ ଅବସରରେ ଦେଶ ବିଭାଜନରେ ବଳିଦାନ ଓ ବିସ୍ଥାପିତ ହୋଇଥିବା ସମସ୍ତ ନାଗରିକଙ୍କୁ କୋଟି କୋଟି ପ୍ରଣାମ ।