ଭୁବନେଶ୍ୱର– ବିଭାଜନ ବିଭୀଷିକ ସ୍ମୃତି ଦିବସରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, 1947 ମସିହା ଅଗଷ୍ଟ 14 ତାରିଖ ଆମ ଇତିହାସର ସେହି କଳା ଅଧ୍ୟାୟ ଅଟେ, ଯେତେବେଳେ ତୁଷ୍ଟିକରଣ, ବ୍ୟକ୍ତିଗତ ମହାତଆକାଂକ୍ଷା ଓ ରାଜନୈତିକ ସ୍ୱାର୍ଥ ପାଇଁ ଦେଶର ବିଭାଜନ କରାଯାଇଥିଲା । ଏହା ମାନବ ଇତିହାସରେ ସବୁଠୁ ବଡ ଟ୍ରାଜେଡି ଥିଲା, ଯେଉଁଥିରେ ଲକ୍ଷଲକ୍ଷ ଲୋକଙ୍କ ନିଜ ଜୀବନ ହରାଇବାକୁ ପଡିଥିବା ଏବଂ ନିଜର ସବୁକିଛି ତ୍ୟାଗ କରିବାକୁ ପଡିଥିଲା । ଦେଶ ବିଭାଜନର ଏହି ଅସହନୀୟ କଷ୍ଟକୁ କେବେ ଭୁଲି ହେବନାହିଁ । ବିଭାଜନ ବିଭୀଷିକା ସ୍ମୃତିଦିବସ ଆମକୁ ଭେଦଭାବ, ବୈମନସ୍ୟ ଓ ଦୁର୍ଭାବନାର ବିଷକୁ ଶେଷ କରି ଏକତା ଓ ସାମାଜିକ ସଦଭାବ ସହିତ ଜୀବନ ବଂଚିବା ପାଇଁ ସର୍ବଦା ପ୍ରେରିତ କରୁଥିବ । ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ଏହି ଟ୍ରାଜେଡିରେ ନିଜର ମାନଙ୍କୁ ହରାଇଥିବା ଲକ୍ଷଲକ୍ଷ ନିର୍ଦ୍ଦୋଷ ପରିବାର ଓ ବଳିଦାନୀଙ୍କୁ କୋଟି କୋଟି ପ୍ରଣାମ କରୁଛି ।
Related Stories
October 9, 2024
October 9, 2024