ଭଦ୍ରକ – ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଭଦ୍ରକ ଆଦର୍ଶ ଟାଉନ୍ ଥାନା ପକ୍ଷରୁ ସଡକ ସୁରକ୍ଷା ନିୟମ ସଂପର୍କିତ ଏକ ସଚେତନତା ଶୋଭାଯାତ୍ରା ଅନୁÂିତ ହୋଇଯାଇଛି । ପ୍ରାତଃରେ ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଏକ ବିଶାଳ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସ ଫିତାକାଟି ଉଦଘାଟନ କରିବା ପରେ ତାହା ସହର ପରିକ୍ରମା ପୂର୍ବକ ଭଦ୍ରକ ସହରାଂଚଳ ଥାନା ପରିସର ସଭାସ୍ଥଳରେ ପହଂଚିଥିଲା । ଏହାପରେ ସଚେତନତା ସଭାକୁ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଆନୁÂାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଦାସ ପ୍ରାରମ୍ଭିକ ସୂଚନା ଦେଇ ସଡକ ସୁରକ୍ଷା ସଂପର୍କିରେ ସମସ୍ତଙ୍କୁ ସଚେତନ କରାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ କୈଳାସ ଚନ୍ଦ୍ର ପରିଡା, ଆରଟିଓ ବିରଂଚି ନାରାୟଣ ଅଧିକାରୀ, ଏସ୍ଡିପିଓ ସୁନୀଲ କୁମାର ନନ୍ଦ, ସହରାଂଚଳ ଥାନାଧିକାରୀ ଚନ୍ଦନ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ । ବିଶେଷକରି ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରାରେ ଅଭିନେତ୍ରୀ ଜିନା ସାମଲ ଯୋଗଦେବା ସହ ବିଭିନ୍ନ ବର୍ଗର ଲୋକ, ଶିକ୍ଷାନୁÂାନର ଛାତ୍ରଛାତ୍ରୀ, କିନ୍ନର ସଂଘ, ଭଦ୍ରକ ବସ୍ ସିଣ୍ଡିକେଟ୍, ଭଦ୍ରକ ଜିଲା ଅଟୋ ଚାଳକ ମହାସଂଘର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ଅନୁରୂପ ଆଜି ଗ୍ରାମାଂଚଳ ଥାନା ପକ୍ଷରୁ ବିନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏହି ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ଏକ ଶୋଭାଯାତ୍ରା ଛାତ୍ରଛାତ୍ରୀ ଓ ପୁଲିସ୍ ବନ୍ଧୁମାନଙ୍କୁ ନେଇ ଅନୁÂିତ ହୋଇଥିଲା । ଏହି ଶୋଭାଯାତ୍ରାକୁ ଭଦ୍ରକ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାସ ଚନ୍ଦ୍ର ପରିଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାଟି ଆରଡି ଛକରୁ ବାହାରି କଲେଜ ପରିସରରେ ପହଂଚିବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ ପ୍ରଭାକର ପାଢୀଙ୍କ ଅଧ୍ୟକ୍ଷତାରେ ସଚେତନତା ସଭାକାର୍ଯ୍ୟ ଅନୁÂିତ ହୋଇଥିଲା । ଏହି ସଭାରେ ଶ୍ରୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଟ୍ରାଫିକ୍ ନିୟମ ସଂପର୍କରେ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ଏଥିରେ ଏସ୍ଡିପିଓ ସୁନୀଲ କୁମାର ନନ୍ଦ, ଗ୍ରାମାଂଚଳ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ବିନାୟକ ଯୁକ୍ତ ଦୁଇ ଆବାସିକ ବିଦ୍ୟାଳୟର ନିଦେ୍ର୍ଧଶକ ମନୋଜ ପାଢୀ ଓ ଜୀବନାନନ୍ଦ ପାଣିଗ୍ରାହୀ, ବିନାୟକ ଡିଗ୍ରୀ କଲେଜର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟ୍ରାଫିକ୍ ନିୟମ ଅନୁସାରେ ଯାନବାହନ ଚଳାଇଲେ ଲୋକଙ୍କ ମୂଲ୍ୟବାନ ଜୀବନ ସହ ନିଜର ଜୀବନ ରକ୍ଷା ହୋଇପାରିବ ବୋଲି ସୂଚାଇଥିଲେ ।
Related Stories
November 24, 2024
November 24, 2024