

ଭଦ୍ରକ- ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ନାଗରିକତା ସଂଶୋଧନ ଆଇନ ସମ୍ପର୍କିତ ଏକ ବୌଦ୍ଧିକ ବିଚାର କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ସଂଯୋଜନାରେ ଅନୁÂିତ ଏହି ସଭାରେ ପ୍ରାକ୍ତନ ସାଂସଦ ତଥା ବରିÂ ବିଜେପି ନେତା ଖାରବେଳ ସ୍ୱାଇଁ ଯୋଗ ଦେଇ କଂଗ୍ରେସ ଦଳର ହୀନ ରାଜନୈତିକ ଉଦେ୍ଧଶ୍ୟ ସାଧନ ପାଇଁ ଦେଶର ବିଭାଜନ ଧର୍ମ ଆଧାରରେ ହୋଇଥିଲା । ଏହା ହୋଇ ନଥିଲେ ଆଜି ନାଗରିକତା ସଂଶୋଧନ ଆଇନର ଆବଶ୍ୟକତା ପଡି ନଥାନ୍ତା । ପାକିସ୍ଥାନ, ବଙ୍ଗଳାଦେଶ ଓ ଆଫ୍ଗାନିସ୍ଥାନରେ ଧାର୍ମିକ ଉପôୀଡ଼ନର ଶିକାର ହୋଇ ସେଠାରୁ ବିସ୍ଥାପିତ ହୋଇଥିବା ଅଳ୍ପ ସଂଖ୍ୟକମାନଙ୍କୁ ନାଗରିକତା ଦେବା ଏହି ଆଇନର ମହତ ଉଦେ୍ଧଶ୍ୟ ବୋଲି କହିବା ସହ ଏହି ଆଇନ ଦ୍ୱାରା ଭାରତର ମୁସଲମାନ ମାନଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି କହିଥିଲେ । ଏଥିରେ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବଳରାମ ମିଶ୍ର, ଡା. ଦୁର୍ଯେ୍ୟାଧନ ଦାସ, ବରିÂ ଅଧୀବକ୍ତା ପର୍ଶୁରାମ ଦ୍ୱିବେଦୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ଆଇନ ଦ୍ୱାରା ଭାରତ ବର୍ଷ ଆତଙ୍କବାଦ୍ରୁ ମୁକ୍ତ ହେବା ସହ ଏକ ସଶକ୍ତ ସମୃଦ୍ଧିଶାଳୀ ଦେଶ ଗଠନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଭଦ୍ରକ ବିଧାନସଭା ନେତା ଡା. ପ୍ରଦୀପ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ବଦ୍ରୀନାରାୟଣ ଧଳ ପ୍ରାରମ୍ଭିକ ସୂଚନା ରଖିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ସାଂସଦ ପ୍ରାର୍ଥୀ ଅଭିମନୁ୍ୟ ସେଠୀ, ଜିଲ୍ଲା ସହସଂଯୋଜକ ମନୋଜ ମଲ୍ଳିକ, ଅନୁପ ମହାନ୍ତି ପ୍ରମୁଖ ମଞ୍ଚାସିନ ହୋଇଥିଲେ । ପରେ ଏହି ବିଷୟ ଉପରେ ଏକ ପ୍ରଶ୍ନୋତ୍ତର କାଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ବୁଦ୍ଧିଜୀବୀମାନେ ଏକ ସାରଗର୍ଭକ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ବୁଦ୍ଧିଜୀବୀ ପ୍ରକୋÂର ଆବାହକ ଅମୂଲ୍ୟ ନାୟକ, ଶରତ ପଢିଆରୀ, ରବିନାରାୟଣ ସାହୁ, ସୁରେଶ ସାମଲ, ବିକାଶ ଶ୍ରେÂା, ପ୍ରଶାନ୍ତ ନାୟକ, ତପନ ବାରିକ, ଭାଗିରଥୀ ମହାକୁଡ ପ୍ରମୁଖ ପରିଚାଳନା କରିଥିଲେ ।