
ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ-୨ ଠାରେ ନୂଆପଡା ଜିଲ୍ଲା ପ୍ରେସ କ୍ଲବର ବିଭିନ୍ନ ଗଠନମୂଳକ କାର୍ଯ୍ୟକୁ ନେଇ ଜିଲାର ବୋଡେନ, ସିନାପାଲି, ଖଡିଆଳ ବ୍ଲକରୁ ପୁରୁଷ/ମହିଳା ସ୍ବେଚ୍ଛାସେବୀ ମାନେ ଅନୁପ୍ରାଣୀତ ହୋଇ େଯାଗଦାନ କରିଥିଲେ । ବର୍ମାନ ସମୟରେ ସମାଜର ବିକାଶ ପାଇଁ ସାମାଜିକ ଗଣମାଧ୍ୟମର ଭୂମିକା ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସଭାପତି ଅଜିତ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଗ୍ରାମର ପ୍ରକୃତ ସମସ୍ୟା ସାମାଜିକ ଗଣମାଧ୍ୟମରେ ଉପସ୍ଥାପନା ନିତାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ସ୍ବେଚ୍ଛାସେବୀ ପ୍ରିୟବ୍ରତ ପଣ୍ଡା, ଦୀନବନ୍ଧୁ ଛତ୍ରୀଆ, ଗଙ୍ଗାଧର ମାଝୀ, ପଙ୍କଜିନୀ ଜଗତ, ଅଞ୍ଜନା ସଗରିଆ, କାର୍ିକ ମହାନନ୍ଦ, ମହେନ୍ଦ୍ର କୁମାର ମାଝୀ, ଦୁଃଖôରାମ ଶବର, ରଜତ ମାଝୀ ପ୍ରମୁଖ ପ୍ରେସକ୍ଲବରେ ନୂତନ ସଦସ୍ୟତା ଗ୍ରହଣ କରିଥିଲେ ା ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସµାଦକ ତପନରଞ୍ଜନ ଦାଶ, କୋଷାଧ୍ୟକ୍ଷ ପରମେଶ୍ବର ବାରିକ, କୁନାଲ ଚରଣ ବେହେରା, କ୍ଷିରସିନ୍ଧୁ ସଗରିଆ ପ୍ରମୁଖ ସାମିଲ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO