ନୂଆଦିଲ୍ଲୀ,ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତିକୁ ଦେଖି ଟାଟା ନେତୃତ୍ୱାଧୀନ ଏୟାର ଇଣ୍ଡିଆ, ଭିସ୍ତାରା ଓ ଇଣ୍ଡିଗୋ ଏୟାରଲାଇନ କଂପାନୀ ନିଜର ସମସ୍ତ ଉଡାଣ ରଦ୍ଦ କରିଦେଇଛନ୍ତି । ବିମାନ କଂପାନୀ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ଢାକାର ପରିସ୍ଥିତିକୁ ଦେଖି ଏହି ପଦକ୍ଷେପ ନିଆଯାଇଛି । ଔପଚାରିକ ସୂତ୍ର ମୁତାବକ ମଙ୍ଗଳବାର ଦିଆଯାଇଥିବା ସୂଚନା ମୁତାବକ ଦେଶର ପ୍ରମୁଖ ଏୟାରଲାଇନ୍ସ କଂପାନୀ ଭିସ୍ତାରା, ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଢାକା ଯିବା ଆସିବା କରୁଥିବା ନିଜ ଉଡାଣ ରଦ୍ଦ କରିଦେଇଛି । ଭିସ୍ତାରା ଆଜି ଢାକାର ଫ୍ଲାଇଟ କ୍ୟାନସଲ କରିଥିବା ବେଳେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ କାଲି ବିଳମ୍ବିତ ରାତିରେ ନିଜ ଉଡାଣ ରଦ୍ଦ କରିଦେଇଥିଲେ ।
Related Stories
November 27, 2024
November 27, 2024