ଜମ୍ମୁ– ଜମ୍ମୁର ଭଗବତୀ ନଗର ଆଧାର ଶିବିରରୁ ମଙ୍ଗଳବାର 1873 ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚ କଶ୍ମୀର ଯାଇଛନ୍ତି । ସୋମବାର ଅନୁଚ୍ଛେଦ 370 ସମାପ୍ତ ହେବାର 5ବର୍ଷ ପୂରଣ ହେବା କାରଣରୁ ସୁରକ୍ଷାକୁ ନେଇ ସମସ୍ତ ଆଧାର ଶିବିରରୁ କୌଣସି ବି ଯାତ୍ରୀଙ୍କୁ ଯିବାକୁ ଅନୁମତି ଦିଆଯାଇନଥିଲା ।ଗତ 38ଦିନରେ 5ଲକ୍ଷ ଶ୍ରଦ୍ଧାଳୁ ଅମରନାଥଙ୍କ ପବିତ୍ର ଗୁମ୍ଫାରେ ବାବା ବର୍ଫାନୀଙ୍କ ଦର୍ଶନ କରିଛନ୍ତି । 1873 ଶ୍ରଦ୍ଧାଳୁଙ୍କ ବ୍ୟାଚରେ 1579 ପୁରୁଷ, 202 ମହିଳା, 65 ସାଧୁ ଓ 27ଜଣ ସାଧ୍ୱୀ ଅଛନ୍ତି । ସମସ୍ତ ଶ୍ରଦ୍ଧାଳୁଙ୍କୁ 69ଟି ଗାଡିରେ ବାଲଟାଲ ବେସ କ୍ୟାମ୍ପ ନିଆଯାଇଛି ।