ଗଂଜାମ– ଶେରଗଡ ବ୍ଲକର ନରେନ୍ଦ୍ରପୁର ରାଜସ୍ଵ ସର୍କଲ କାର୍ଯ୍ୟଳୟରେ ଚାଷ ଜମିର ଖଜଣା ଆଦାୟ ପାଇଁ ରସିଦ ବହିନଥିବାରୁ ଚାଷୀ ମାନେ ନାହଁ ନଥିବା ହଟହଟା ହେଉଛନ୍ତି । ଗତ ଜୁଲାଇ ୧୫ରୁ ଅଗଷ୍ଟ ୧୫ ତାରିଖ ମଧ୍ୟରେ ଚାଷୀ ମାନେ ଧାନ ବିକ୍ରୀ ପାଇଁ ପଂଜିକରଣ କରିବା ପାଇଁ ସରକାର ସମୟ ଧାର୍ଯ୍ୟ କରିଛନ୍ତି । ପଂଜିକରଣ ସମୟରେ ଆବେଦନ କଲାବେଳେ ସଦ୍ଯତମ ଜମିର ଖଜଣା ରସିଦ କପି ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ଖଜଣା ରସିଦ୍ ନଥିଲେ ସମବାୟ ସମିତି ଗୁଡିକରେ ପଂଜିକରଣ କରାଯାଉନାହିଁ । ଏଣୁ ଚାଷୀମାନେ ପାଂଚ ଛଅ କିଲୋମିଟର ରାସ୍ତା ଦୌଡି ନରେନ୍ଦ୍ରପୁର ଆର୍ ଆଇ ଅଫିସ୍ କୁ ଯାଇ ରସିଦ ଅଭାବରୁ ଖଜଣା ପୈଠ କରିପାରୁନାହାନ୍ତି କି, ଧାନ ବିକ୍ରୀ ପାଇଁ ମଧ୍ୟ ପଂଜିକରଣ କରିନପାରି ହଟହଟାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଶେରଗଡ ତହସିଲଦାର ଘଟଣାର ଅନୁଧ୍ୟାନ କରି ନରେନ୍ଦ୍ରପୁର ରାଜସ୍ଵ, କାର୍ଯ୍ୟାଳୟକୁ ଖଜଣା ଆଦାୟ ପାଇଁ ରସିଦ ବହିଯୋଗାଇ ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି ।
Related Stories
December 9, 2024