ଭଦ୍ରକ – ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଉକ୍ରଳ ସମ୍ମିଳନୀର ୮ମ ରାଜ୍ୟ କାର୍ଯ୍ୟକାରିଣୀର ସଫଳତା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଭଦ୍ରକ କ୍ଲବ ପରିସରରେ ଅନୁÂିତ ହୋଇ ଯାଇଛି । ଅନୁÂିତ ପ୍ରସ୍ତୁତି ବୈଠକରେ ଭଦ୍ରକ ଜିଲ୍ଲା ଉକ୍ରଳ ସମ୍ମିଳନୀର ସଭାପତି ଡ. ଝରଣା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି ସମ୍ମିଳନୀ ଜିଲ୍ଲା ସଂସ୍କୃତି ଭବନରେ ଅନୁÂିତ ହେବ ବୋଲି ସମ୍ପାଦକ ଅଜୟ ନାୟକ ପ୍ରସ୍ତାବ ଆଗତ କରିବା ପରେ ଏହାକୁ ସର୍ବ ସମ୍ମତି କ୍ରମେ ଗୃହୀତ କରାଯାଇଥିଲା । ଉକ୍ତ ବୈଠକରେ ବରିÂ ଉପସଭାପତି ଏସ.ଏମ୍. ଫାରୁକ ଏବଂ ଡାକ୍ତର ଦୁର୍ଯେ୍ୟାଧନ ଦାସ ରାଜ୍ୟ କାର୍ଯ୍ୟକାରିଣୀ ସମାରୋହକୁ ସଫଳ କରିବା ପାଇଁ ଉପସ୍ଥିତ ସମସ୍ତ ସଭ୍ୟମାନଙ୍କୁ ଅନୁରୋଧ କରିଥିଲେ । ରାଜ୍ୟ ସମ୍ମିଳନୀକୁ ଭଦ୍ରକ ଜିଲ୍ଳା ବାହାରୁ ଟ୍ରେନରେ ଆସୁଥିବା ପ୍ରତିନିଧିମାନେ ଚରମ୍ପା ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କ ରାତ୍ରୀ ରହଣି ପାଇଁ ଚରମ୍ପା ସ୍ଥିତ ହୋଟେଲ ଅଭିନନ୍ଦନରେ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ।ଏହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ସଂଗଠନ ସମ୍ପାଦକ ବାବୁଲାଲ ଦାସ ଓ ଯୁଗ୍ମ ସମ୍ପାଦକ ଚର୍ଚ୍ଚିକା ପ୍ରସାଦ ମହାପାତ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସହରରେ ବିଭିନ୍ନ ସ୍ଥାନରେ ତୋରଣ, ଫ୍ଲେକ୍ସ ବେନର ଲଗାଇବା ପାଇଁ ସମ୍ମିଳନୀର ବରିÂ ସଦସ୍ୟ କରୁଣାକର ବେହୁରିଆ ଓ ସୁଧାକର ରାଉତଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଜିଲ୍ଳା ସଂସ୍କୃତି ଭବନରେ ଏକ ଖୋଲା ଅଧିବେଶନ ଅପରାହ୍ନ ୩ଘଟିକା ସମୟରେ ଅନୁÂିତ ହେବ । ଏହି ଅଧିବେଶନରେ ରାଜ୍ୟ ନେତୃମଣ୍ଡଳୀ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହି ବୈଠକରେ ଡ. ରାଧାରାଣୀ ମହାପାତ୍ର, ଡ. ପ୍ରଭାତନଳିନୀ ମହାପାତ୍ର, ଲକ୍ଷ୍ମୀକାନ୍ତ ବାରିକ, ବୈଲୋଚନ ବେହୁରିଆ, ପ୍ରମୋଦ ରାୟ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।
Related Stories
December 2, 2024