
ଭଦ୍ରକ- ଭଦ୍ରକ ସହରବାସୀ ଡ୍ରେନେଜ୍ ସମସ୍ୟାକୁ ନେଇ ଅଣନିଶ୍ୱାସୀ ହୋଇପଡୁଥିବାବେଳେ ଆଜି ଏହି ସମସ୍ୟା କେତେକାଂଶରେ ଦୂର ହେବ ବୋଲି ଜଣାପଡିଛି । ବିଶେଷକରି ବର୍ଷାଦିନରେ ଏବେ ପୌରାଞ୍ଚଳରେ ବି୍ରଟି୍ରଶ୍ ସମୟର ସ୍ୱରେଜ ବ୍ୟବସ୍ଥାର ଅଧପତନ ଲୋକଙ୍କୁ ସମସ୍ୟାରେ ପକାଉଥିଲା । ଫଳରେ ୧୫ ରୁ ଉଦ୍ଧ୍ୱର୍ ୱାର୍ଡ ଏହି ଜଳ ନିଷ୍କାସନ ନହେବା ଯୋଗୁଁ କୃତି୍ରମ ବନ୍ୟାରେ ବୁଡି ରହୁଥିଲା । ଏବେ ଗତ ୨ ବର୍ଷ ମଧ୍ୟରେ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ କୋଟି କୋଟି ଟଙ୍କା ବ୍ୟୟରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଛି । ଚଳିତବର୍ଷ ବର୍ଷାଋତୁରେ ଜଳବନ୍ଦୀ ସମସ୍ୟାରେ ସୁଧାର ଆସିଥିବାର ଦେଖିବାକୁ ମିଳିଛି । ତେବେ ପୌରପାଳିକା ଅଧୀନସ୍ଥ ଡଗମୁଣ୍ଡ ଠାରୁ ନାଜର ନାଳ ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱରେଜ ବ୍ୟବସ୍ଥାର କାର୍ଯ୍ୟ ଆଜି ଶୁଭାରମ୍ଭ ହୋଇଛି । ଓଡ଼ିଶା ସରକାରଙ୍କ ଜଳ ସଂପଦ ବିଭାଗ ଓ ଜଳ ନିକାଶ ବିଭାଜନର ସହାୟତାରେ ନିର୍ମିତ ହେବାକୁ ଥିବା ଏହି ଡ୍ରେନ୍ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ପୌରବାସୀ ମନୁଷ୍ୟାକୃତ ବନ୍ୟାରୁ ସଂପୂର୍ଣ୍ଣ ଭାବେ ରକ୍ଷା ପାଇବେ ବୋଲି ଆଶା କରାଯାଉଛି । ଆଜି ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଅତିଥି ଭାବେ ଏହି ଉସôବରେ ଯୋଗଦେଇ ଏହି ଡ୍ରେନ୍ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଡଗମୁଣ୍ଡରୁ ଏହି ଡ୍ରେନ୍ ବାହାରି ନାଜର ନାଳରେ ମିଶିବ । ଏହାର ଲମ୍ବ ୧.୪ କିମି ହୋଇଥିବାବେଳେ ଏହି କାର୍ଯ୍ୟ ୩ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବା ନେଇ ଟେଣ୍ଡର ଓ କାର୍ଯ୍ୟାଦେଶ ଦିଆସରିଛି । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ବିଧାୟକ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିବାବେଳେ ନିର୍ମାଣ ସମୟରେ ଗୁଣାତ୍ମକ ମାନ ସହିତ ଯେପରି ସାଲିସ କରାନଯାଏ, ସେଥିପ୍ରତି ସତର୍କ ରହିବାକୁ ବିଧାୟକ ଶ୍ରୀ ମଲ୍ଲିକ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି । ଆଜିର ଏହି ଶୁଭ ଉଦ୍ଘାଟନ ସମୟରେ ଧାମନଗରର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଯୁବନେତା ରାକେଶ ପଣ୍ଡା, ବିସିଜେଡି ଜିଲା ସଭାପତି ତଥାଗତ ସାମଲ, ପି୍ରୟବ୍ରତ ନାୟକଙ୍କ ସମେତ ଦଳୀୟ ନେତା, କର୍ମୀ, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ ବରେନ୍ ଜେନା ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।