
ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ଡା. ପି. ସି ଆଚାରୀଙ୍କୁ ଡାକ୍ତରଖାନା ପକ୍ଷରୁ ବିଦାୟ କାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ତଥା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଦୀନବନ୍ଧୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟ ସମ୍ବର୍ଦ୍ଧନାରେ ପୂର୍ବତନ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ପି. ସି. ଆଚାରୀ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଅସୁସ୍ଥ ନବଜାତ ଶିଶୁ ଯତ୍ନ କେନ୍ଦ୍ରକୁ ପଦୋନ୍ନତୀରେ ବଦଳି ହୋଇଥିବା କାରଣରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଡା. ଋଞ୍ଜିତ ରାଉତ, ଡା. ଉନିଷ ଠାକୁର, ଧର୍ମେନ୍ଦ୍ର ତାଣ୍ଡି, ଡା. ଆଦିତ୍ୟ ଯୋଷୀ, ଡା. ବିଜୟ ଚଲାନ, ଡା. ସଂଘମିତ୍ରା ବାବୁ, ଡା. ରୀତେଶ ପଣ୍ଡା, ଡା. ଉତମ ଜେନା, ଡା. ନିଶିଗନ୍ଧା ହୋତା, ଡା. ସଙ୍ଗୀତା ବିଶି, ଫାର୍ମାସିଷ୍ଟ କୃଷ୍ଣଚନ୍ଦ୍ର ରଥ, ଏଲଏସଭି ଜ୍ୟୋତିର୍ମୟୀ ସେନାପତି ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଦନା ଜ୍ଞାପନ କରି ଉପଢୌକନ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ଖଡିଆଳ ଡାକ୍ତରଖାନାରେ ୭ ଜଣ ଡାକ୍ତରଙ୍କର ଆବଶ୍ୟକତା ରହିଥିବା ବେଳେ ବର୍ତମାନ ୩ ଜଣ ଡାକ୍ତର ରହିଛନ୍ତି । ଫଳରେ ସମସ୍ୟା ଦେଖା ଦେଉଥିବା ବେଳେ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତ କରିବାକୁ ଦାବୀ ହେଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO