ଟୋକିଓ– କ୍ୱାଡା ବୈଦେଶିକ ମନ୍ତ୍ରୀ ବୈଠକରେ ଭାଗ ନେବାକୁ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଦୁଇଦିନିଆ ଜାପାନ ଗସ୍ତରେ ପହଂଚିଛନ୍ତି । ଜାପାନରେ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜ ତାଙ୍କ ସ୍ୱାଗତ କରିଛନ୍ତି । ଜାପାନ ସ୍ଥିତ ଭାରତୀୟ ଦୂତାବାସ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ନିଜ ଗସ୍ତରେ ଏସ.ଜୟଶଙ୍କର ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ସହିତ କ୍ୱାଡ ବୈଠକରେ ସାମିଲ ହେବେ । ବୈଦେଶିକ ମନ୍ତ୍ରୀ ସ୍ତରର ବୈଠକରେ କ୍ୱାଡ ଗୋଷ୍ଠୀ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଓ ୱାର୍କିଂ ଗ୍ରୁପର କାମକୁ ସମୀକ୍ଷା କରାଯିବ । ଟୋକିଓରେ ଆଜି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ଆଂଟୋନୀ ବ୍ଲିଙ୍କନଙ୍କ ସହ ସାକ୍ଷାତ କରିବେ ।