ଗଂଜାମ– ଗତକାଲି ବଜେଟ ଉପସ୍ଥାପନ ଉପରେ ଗଂଜାମ ଜିଲା ବୁଦ୍ଧିଜୀବୀ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।କେତେକ ଏହାକୁ ସ୍ଵାଗତ କରି ଏହା କୃଷକ, ମହିଳା, ଗରିବ ଓ ଯୁବବର୍ଗଙ୍କ ପାଇଁ ଲୋକାଭିମୁଖୀ ବଜେଟ ବୋଲି ପ୍ରକାଶ କରିଥିବା ବେଳେ ଆଉ କେତକ ଏହାକୁ, ପୂର୍ବବଜେଟ ଭଳି ହୋଇଛି, କେବଳ କେତେକ କାର୍ଯ୍ଯକ୍ରମ ପାଇଁ କିଛି ଅଧିକା ଅର୍ଥ ବ୍ଯବସ୍ଥା ଗ୍ରହଣ କରିଛନ୍ତି । ପରନ୍ତୁ ବିଭିନ୍ନ କାର୍ଯ୍ୟକ୍ରମର କେବଳ ନାମ ପରିବର୍ତ୍ତନ କରିଛନ୍ତି । କିନ୍ତୁ ବଜେଟରେ ବିଶେଷ କିଛି ନୂତନତା ନାହଁ।
ଅନ୍ୟପକ୍ଷରେ ମଧ୍ୟବିତ୍ତଙ୍କ ପାଇଁ ବଜେଟ ରେ କୌଣସି ସୁବନ୍ଦୋବସ୍ତ ନଥିବାରୁ ଏହି ବର୍ଗର ଜନସାଧାରଣ ଅଧିକ ସନ୍ତୁଳିତ ହେଉଛନ୍ତି ବୋଲି ଜନମତ ପ୍ରକାଶ ପାଇଛି ।