ନୂଆଦିଲ୍ଲୀ, ନରେଲା ଶିଳ୍ପାଂଚଳର ଜୋତାଚପଲ ତିଆରି କାରଖାନାରେ ବୁଧବାର ସକାଳେ ଭୟାବହ ନିଆଁ ଲାଗିଛି । କିଛି ସମୟରେ ଏହି ନିଆଁ ବିକଟାଳ ରୂପ ଧାରଣା କରିଥିଲା । ନିଆଁକୁ ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଦମକଳ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ମିଳିବା ପରେ ପୋଲିସ ଓ ଦମକଳ ବିଭାଗର ଗାଡି ଘଟଣାସ୍ଥଳରେ ପହଂଚିଥିଲା । ଦମକଳ ବିଭାଗ ଅନୁସାରେ ପ୍ଲାଷ୍ଟିକ ଅଧିକ ହେବା କାରଣରୁ ନିଆଁ ବ୍ୟାପିଯାଇଥିଲା । ଏବେ ସୁଦ୍ଧା କେହି ମୃତାହତ ହୋଇନାହାନ୍ତି । ଦମକଳ ବିଭାଗ ଅନୁସାରେ ସକାଳ ପ୍ରାୟ 6ଟା 34 ମିନିଟ ସମୟରେ କଂଟ୍ରୋଲ ରୁମକୁ ସୂଚନା ମିଳିବା ପରେ ନରେଲା ଶିଳ୍ପାଂଚଳ ସ୍ଥିତ ଜୋତା ଚପଲ ତିଆରି କାରଖାନାରେ ନିଆଁ ଲାଗିଯାଇଥିଲା । ଏହାପରେ ଦମକଳର 25 ଗାଡି ଘଟଣାସ୍ଥଳକୁ ପଠାଯାଇଥିଲା ।