
ମୁମ୍ବାଇ, ମୁମ୍ବାଇ ଡକୟାର୍ଡରେ ମରାମତି ସମୟରେ ଏକ ନୌସେନା ସିପ୍ରେ ରବିବାର ରାତିକୁ ନିଆଁ ଲାଗିଯାଇଥିଲା । ଏହାର ସୂଚନା ମିଳିବାପରେ ଜାହାଜର ଅଗ୍ନିଶମନ ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ନିଆଁ ଲିଭାଇଥିଲେ । ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ । ଘଟଣାର ଯାଂଚ ପାଇଁ ନୌସେନା ଅଧିକାରୀମାନେ ଯାଂଚ ଆଦେଶ ଦେଇଛନ୍ତି । ନୌସେନା ପ୍ରବକ୍ତା ସୋମବାର ଦିନ ସାମ୍ବାଦିକଙ୍କୁ କହିଛନ୍ତି ଯେ ରବିବାର ରାତି ମୁମ୍ବାଇ ଡାକୟାର୍ଡରେ ନୌସେନା ସିପ୍ରେ ମରାମତି ସମୟରେ ନିଆଁ ଲାଗିଯାଇଥିଲା । ଏହାର ସୂଚନା ଜାହାଜର ଡ୍ୟୁଟି ଷ୍ଟାଫ୍ ତତ୍କାଳ ଜାହାଜ ଅଗ୍ନିଶମନ ଟିମ୍କୁ ଦେଇଛି, ଯେଉଁଥିରେ ଜାହାଜ ଅଗ୍ନିଶମନ ଟିମ୍ ଘଟଣାସ୍ଥଳରେ ତତ୍କାଳ ପହଂଚିଥିଲେ ଏବଂ ଜାହାଜରେ ଲାଗିଥିବା ନିଆଁକୁ ଲିଭାଇ ଦିଆଯାଇଛି । ନୌସେନା ପ୍ରବକ୍ତା କହିଛନ୍ତି ଯେ ସିପ୍ରେ ନିଆଁ ଲାଗିବାର ଉଚ୍ଚସ୍ତରୀୟ ଯାଂଚର ଆଦେଶ ଦିଆଯାଇଛି । ଏବେ ପର୍ଯ୍ୟନ୍ତ ନିଆଁରେ ସିପ୍ର କେତେ କ୍ଷତିହୋଇଛି, ଏହାର ସୂଚନା ମିଳିପାରି ନାହିଁ ।