
ଜୟପାଟଣା- ଜୟପାଟଣା ବ୍ଳକ୍ ଅର୍ନ୍ତଗତ ହୀରାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଅବସରରେ ଇକୋ କ୍ଳବ୍ ଆନୁକୁଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ ତମ ଜୟନ୍ତୀ ଉତ୍ସବ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଅତିଥିମାନଙ୍କ ଦ୍ୱାରା ସ୍ୱାମୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜନୀକାନ୍ତ ଠାକୁରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଆଲୋଚନାଚକ୍ରରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଉପରେ ଛାତ୍ରଛାତ୍ରୀମାନେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ଶେଷଦେବ ବେହେରା ଯୋଗଦେଇ ସ୍ୱାମୀଜୀଙ୍କୁ ରାଷ୍ଟ୍ରୀୟତାର ଉତ୍ସ ବୋଲି ବର୍ଣ୍ଣନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମାଧବ ପଣ୍ଡା, ସାମ୍ବାଦିକ ଅସରଫ ଅଲ୍ଳୀ, ଧୃବଚରଣ ଠାକୁର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।