
କେନ୍ଦ୍ରାପଡ଼ା – ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ପ୍ରାକ୍ତନ ମନ୍ତ୍ରୀ, ବିଶିଷ୍ଟ ଜନନାୟକ, ଆଇନ ବିଶାରଦ, ଜଣେ ଦରଦି ମଣିଷ ଓ ସାରସ୍ୱତ ସାଧକ ସୂର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ.ଦେବେନ୍ଦ୍ର କୁମାର ଦାସ, ଅବସରପ୍ରାପ୍ତ ଆଇ.ଏ.ଏସ.ଡଃ.ଅଲେଖ ଚନ୍ଦ୍ର ପଢିଆରୀ, ଡଃ.ବୈରାଗୀ ପଟ୍ଟନାୟକ, ପୂର୍ବତଟ ରେଳବାଇର ବରିÂ ଜନସମ୍ପର୍କ ଅଧିକାରୀ ତଥା କବି ନିରାକାର ଦାସ ଓ ସ୍ତମ୍ବକାର ଶ୍ରୀରାମ ଚନ୍ଦ୍ର ଦାଶ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସୂର୍ଗତ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଭଳି ଜଣେ ଆଦର୍ଶ, ସଚ୍ଚୋଟ, ନିÂାପର, ସମସ୍ତଙ୍କୁ ଭଲ ପାଉଥିବା ଓ କର୍ମରେ ବିଶ୍ୱାସ ରଖୁଥିବା ବ୍ୟକ୍ତିତ୍ୱ ବିରଳ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡାର ସର୍ବାଙ୍ଗିନ ବିକାଶ ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ଚିନ୍ତା କରୁଥିବା ସେହି ବିକାଶ ପୁରୁଷ ଆଉ ଥରେ ଜନ୍ମ ନିଅନ୍ତୁ ବୋଲି ଅତିଥିମାନେ ଅଭିବ୍ୟକ୍ତି ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିÂ ଆଇନଜୀବି ଉମେଶ ଚନ୍ଦ୍ର ସିଂ, ଡଃ.ବାସୁଦେବ ଦାସ, ଇଂ ତପନ କୁମାର ପାତ୍ର, ବରିÂ ସାମ୍ବାଦିକ ପରିକ୍ଷୀତ ପାତ୍ର, ରଣଧିର ଜେନା, ରବିନ୍ଦ୍ର ନାଥ ରଥ, କବି ନିରଞ୍ଜନ ମେକାପ, ସାମ୍ବାଦିକ ଚିତରଞ୍ଜନ ଦାସ, ମହେନ୍ଦ୍ର କୁମାର ପରିଡା, ଜଗତଜୀବନ ଦାସ, କବି ସୁବାଷ ପାତ୍ର, ଶିକ୍ଷାବୀତ ଭ୍ରମରବର ରାଉତ, ଶରତ ବେହୁରା, ଗୋପାଳ ମାହାଳିକ, ଗୟାଧର ଧଳ, ଧିରେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ସୂର୍ଗତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଂଯୋଜକ ଗୋଲଖ ପଢିଆରୀ ଅତିଥି ପରିଚୟ, ମୁକ୍ତାର ଖାଁ ସ୍ୱାଗତ ଭାଷଣ ଓ ମନୋଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।