
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତ ସାରଙ୍ଗ ଜାଭିୟରସ୍ ହାଇସ୍କୁଲର ୬Â ବାର୍ଷିକ ଉସôବ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡକ୍ଟର ଉପେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁÂିତ ହୋଇଯାଇଛି । ଏହି ବାର୍ଷିକ ଉସôବରେ ସେଣ୍ଟ ଜାଭିୟରସ୍ ସଂଗଠନର ଆଂଚଳିକ ନିଦେ୍ର୍ଧଶକ ଖଲିଜ୍ ଜମାଲ ଖାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୃଙ୍ଖଳିତ ଛାତ୍ର ସମାଜ ଗଠନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ଭୂମିକା ଠାରୁ ଅଭିଭାବକଙ୍କ ଭୂମିକା ଅଧିକ ଗୁରୁତ୍ୱପୁର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜାଭିୟର ସଂଗଠନ କଟକର ମାର୍କେଟିଙ୍ଗ୍ ପରି·ଳକ ସୁବୋଧ ରାୟ, ଡିଏଭି ସଙ୍ଗଠନର ଶାଖା ପରି·ଳକ ଶଙ୍କର ସାହୁ, ତୁଳସୀ ମହିଳା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଅଜୟ କୁମାର ସାମଲ, ଗଣ୍ଡାଖିଆ ବାଲିଗୋଠ ନୋଡାଲ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ସାହୁ ଯୋଗ ଦେଇଥିଲା ବେଳେ ଦେପୁର ସରସ୍ୱତୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ଲେଙ୍କା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଆଧୁନିକ ଛାତ୍ର ସମାଜ ଗଠନରେ ଶିକ୍ଷକ ଅଭିଭାବକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହିତ ଛାତ୍ରାବସ୍ତାରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ଯେତିକି ଶିକ୍ଷା ଲାଭ କରିନଥାନ୍ତି ଘରେ ପିତାମାତାଙ୍କ ଠାରୁ ସମାଜ ସଂସ୍କାର ଶିକ୍ଷା ପାଇଲେ ଜଣେ ଉତମ ଛାତ୍ର ଭାବେ ଭବିଷ୍ୟତରେ ଗଢା ହୋଇପାରିବ ବୋଲି ଅଭିଭାଷଣ ରଖିଥିଲେ । ବିଦ୍ୟାଳୟର କୃତି ପ୍ରତିଯୋଗୀମାନଙ୍କୁ ବିଦ୍ୟାଳୟର ପ୍ରତିÂାତା ଲୀଳା ଦୁଲ୍ଲାରୀ ପ୍ରଧାନ ପୁରସ୍କୃତ କରିଥିଲେ ।