ନୂଆଦିଲ୍ଲୀ, ଜବାହାରଲାଲ ନେହେରୁ ଷ୍ଟାଡିୟମ, ନୂଆଦିଲ୍ଲୀରେ ରବିବାର ଚାଲୁଥିବା ଦିଲ୍ଲୀ ପ୍ରଦେଶ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଦିଲ୍ଲୀ ବିଧାନସଭା ନିର୍ବାଚନ 2025 ପାଇଁ ରୋଡମ୍ୟାପ ଉପସ୍ଥାପିତ ହୋଇଛି । ଏହାସହିତ ଏକ ରାଜନୈତିକ ପ୍ରସ୍ତାବ ଉପସ୍ଥାପିତ କରାଯାଇଛି, ଯେଉଁଥିରେ ଦିଲ୍ଲୀ ସରକାରଙ୍କ ଦୁର୍ନୀତି, ଅକର୍ମଣ୍ୟତା ଓ ଭାଇ-ପୁତୁରାବାଦର ନିନ୍ଦା କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ନିଜ କାର୍ଯ୍ୟକାରିଣୀ ସମ୍ବୋଧନରେ ବିଜେପି ସାତୋଟି ସିଟ ଜିତାଇବା ପାଇଁ ଦିଲ୍ଲୀର ସମସ୍ତ ଲୋକଙ୍କର କୃତଜ୍ଞତା ବ୍ୟକ୍ତ କରି ଏହାକୁ ଅସାଧାରଣ ବିଜୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ କେବଳ ବିକାଶ କାର୍ଯ୍ୟର ବିଜୟ ଅଟେ, ଯିଏକି ଲଗାତର ଦେଶ ହିତରେ ଦେଶବାସୀଙ୍କ ସେବା କରୁଛନ୍ତି ।
କେନ୍ଦ୍ରମନ୍ତ୍ରୀ ଗୋଏଲ କହିଛନ୍ତି ଯେ, ବର୍ତ୍ତମାନ ପ୍ରଦେଶ ସରକାର ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୌଣସି ବି ଯୋଜନା ଲାଗୁ ହେବାକୁ ଦେଉନାହାନ୍ତି । ଆଗାମୀ 2025 ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଆଣିବା ପାଇଁ ଆମକୁ ଲଗାତର ଭାବେ ଏବେଠାରୁ ପରିଶ୍ରମ କରିବାକୁ ପଡିବ, ଯାହାଦ୍ୱାରା ଦିଲ୍ଲୀରେ ଡବଲ ଇଂଜିନ ସରକାର ଆସିବା ପରେ ଲଗାତର ଆମେ ବିକାଶ କାର୍ଯ୍ୟ କରିପାରିବୁ ।