
ଭଞ୍ଜନଗର- ଆଜି ସ୍ଥାନୀୟ ବିଧାୟକ ତଥା ପରିବେଶ, ଜଙ୍ଗଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଛନ୍ତି। ପ୍ରଥମେ କେ.ଏସ.ୟୁ.ବି କଲେଜ ସାମ୍ନାରେ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ର ୨ୟ ଦିବସରେ ଆୟୋଜିତ ବାଇକ ଓ ଅଟୋ କୁ ନେଇ ଏକ ବିରାଟ ରାଲିକୁ ମନ୍ତ୍ରୀ ଶ୍ରୀ ଆରୁଖ ପତାକା ଦେଖାଇ ଉଦଘାଟନ କରିବାପରେ ଲଣ୍ଡେଇ ସାହି ଛକ ର ବିଶ୍ରାମାଗାର, ଘୁମୁସର କ୍ଲବ ଠାରେ ଇଣ୍ଡୋର ଷ୍ଟାଡିଅମ, ବେଲଗୁଣ୍ଠା ରୋଡ଼ ରେ ବିଶ୍ରାମାଗାର, ନୂତନ ବ୍ଲକ ଗୃହ, ବ୍ଲକ ଛକ ବିଶ୍ରାମାଗାର ଓ ଶେଷରେ ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO